ଡେରାଡୁନ୍: ବଲିଉଡର ଫେମସ ଗାୟକ ଜୁବିନ୍ ନୌତିଆଲଙ୍କ ପିତା ତଥା ବିଜେପି ନେତା ରାମଶରଣ ନୌତିଆଲଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ରାମଶରଣ ତାଙ୍କ ସହ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ କ୍ୟାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ପିତାଙ୍କ କରୋନା ପଜିଟିଭ ବିଷୟରେ ସୂଚନା ଦେଇ ଜୁବିନ୍ କହିଛନ୍ତି ଯେ, ବାପା ତାଙ୍କର କିଛି ହେଲଥ ଟେଷ୍ଟ କରିବାକୁ ଡାକ୍ତରଖାନା ଯାଇଥିଲେ । ସେଠାରେ ଡାକ୍ତର ତାଙ୍କର କରୋନା ଟେଷ୍ଟ କରିଥିଲେ, ଯାହାର ରିପୋର୍ଟ ପଜିଟିଭ ବାହାରିଥିଲା ।
ଏହି ସୂଚନା ପାଇବା ମାତ୍ରେ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଛି । କିନ୍ତୁ ପରିବାରର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ରାମଶରଣଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଋଶିକେଷ ଏମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଥାଉ କି, ପିତାଙ୍କର କରୋନା ପଜିଟିଭକୁ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି ଜୁବିନ ତାଙ୍କର ସମସ୍ତ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ