ETV Bharat / sitara

କୁମ୍ଭ ମେଳାକୁ ନେଇ ଏମିତି କହିଲେ ସୋନୁ ନିଗମ - ଜଣାଶୁଣା ଗାୟକ ସୋନୁ ନିଗମଙ୍କ ନ୍ୟୁଜ

ବିଳମ୍ବିତ ରାତିରେ ଭିଡିଓ ସେୟାର କରି କୋରୋନାକୁ ନେଇ ପ୍ରତିକ୍ରିୟା ରଖିଲେ ସୋନୁ। ଏହାସହ କୁମ୍ଭ ମେଳା ବିଷୟରେ ମଧ୍ୟ ଆଲୋଚନା କଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Apr 19, 2021, 12:48 PM IST

ମୁମ୍ବାଇ: କୋଭିଡ -19 ମହାମାରୀ ସଙ୍କଟରେ କୁମ୍ଭ ମେଳାକୁ ଚଳିତ ବର୍ଷ ସାଙ୍କେତିକ ରୂପେ ଆୟୋଜିତ କରିବା ଉପରେ ଜଣାଶୁଣା ଗାୟକ ସୋନୁ ନିଗମ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ପୂର୍ବରୁ ନିର୍ମାତା ରାମ ଗୋପାଲ ବର୍ମା ଓ ଅଭିନେତ୍ରୀ ମଲାଇକା ଅରୋରୋ ମଧ୍ୟ ଏହି ମେଳାକୁ କୋରୋନା ମେଳା କହି ଚର୍ଚ୍ଚାରେ ଆସିସାରିଛନ୍ତି । ଆଉ ଏବେ ସୋନୁ ଏହା ଉପରେ ନିଜର ମତ ରଖି ଚର୍ଚ୍ଚାରେ ।

ସେ ରବିବାର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏହା କହୁଥିବାର ନଜର ଆସୁଛନ୍ତି, ‘ପ୍ରଥମେ ଏଭଳି ପରିସ୍ଥିତିରେ କୁମ୍ଭ ମେଳାର ଆୟୋଜନ ହେବାର ନଥିଲା । ହେଲେ ଏହାକୁ ଆୟୋଜନା କରାଗଲା । ମୁଁ ଏହା ଉପରେ କୌଣସି କମେଣ୍ଟ କରିବାକୁ ଚାହୁଁନାହିଁ । ମୁଁ ଆଉ କିଛି କହିବି ନାହିଁ, କିନ୍ତୁ ମୁଁ ଜଣେ ହିନ୍ଦୁ ଭାବରେ ଜନ୍ମ ହୋଇଥିବାରୁ ଜଣେ ହିନ୍ଦୁ ଭାବରେ ମୁଁ କହିପାରେ ଯେ ଏହି କୁମ୍ଭ ମେଳା ହେବା ଉଚିତ ନୁହେଁ। ଭଗବାନଙ୍କୁ ଧନ୍ୟବାଦ, ଏହା ବର୍ତ୍ତମାନ ବନ୍ଦ ହୋଇଛି । ମୁଁ ଭାବୁଛି ଏହା ବିଶ୍ବାସର ବିଷୟ, କିନ୍ତୁ ବର୍ତ୍ତମାନ ଜଗତର ଅବସ୍ଥା, ଏହି ସମୟରେ ଲୋକଙ୍କ ଜୀବନଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କିଛି ନାହିଁ।’

ଖାଲି ଏତିକି ନୁହେଁ ଏହା ସହ ଅନ୍ୟ ଶୋ ମଧ୍ୟ ଏହି ସମୟରେ କରାନଯିବା ଉଚିତ୍ ବୋଲି କହିଛନ୍ତି । ପ୍ରକାଶ ଥାଉକି କିଛି ଦିନରୁ ଗୋଆରେ ଅଛନ୍ତି ସୋନୁ । ସେ ସୋମବାର ମୁମ୍ବାଇ ଫେରିବେ । ଆଉ ନିଜକୁ ଆଇସୋଲେସନରେ ରଖିବେ ବୋଲି ସେ ପୂର୍ବରୁ ଫ୍ୟାନ୍ସଙ୍କୁ ସୂଚନା ଦେଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.