ETV Bharat / sitara

‘ଜାଣିନଥିଲୁ ମୁମ୍ବାଇରେ ଲେଟ ନାଇଟ ପାର୍ଟି ହୁଏନି’ - ଗାୟକ ଗୁରୁ ରାନ୍ଧୱା ଏବଂ କ୍ରିକେଟର ସୁରେଶ ରାଇନାଙ୍କ ନ୍ୟୁଜ

ମଙ୍ଗଳବାର ମୁମ୍ବାଇର ଏକ କ୍ଲବରେ କୋରୋନା ନିୟମ ଭାଙ୍ଗି ଲେଟ ନାଇଟ ପର୍ଯ୍ୟନ୍ତ ପାର୍ଟି କରୁଥିବାରୁ ଗିରଫ ହୋଇଥିଲେ ଅନେକ ସେଲିବ୍ରିଟି । ଜାମିନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୁରୁ ଓ ସୁରେଶ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 23, 2020, 10:01 AM IST

ମୁମ୍ବାଇ: ନିକଟରେ ମୁମ୍ବାଇ ପୋଲିସ ମୁମ୍ବାଇର ଏକ କ୍ଲବରେ ଚଢାଉ କରିଥିଲ । ​​ଯେଉଁଥିରେ ସମସ୍ତ ସେଲିବ୍ରିଟିଙ୍କୁ କୋଭିଡ-19ର ନିୟମ ଭଙ୍ଗ କରିବା ଅଭିଯୋଗରେ ଗିରଫ ମଧ୍ୟ କରାଯାଇଥିଲା । ଏଥିରେ ଗାୟକ ଗୁରୁ ରାନ୍ଧୱା ଏବଂ କ୍ରିକେଟର ସୁରେଶ ରାଇନା, ହ୍ରିତିକ ରୋଶନଙ୍କ ଏକ୍ସ ୱାଇଫ୍ ସୁଜୈନ ଖାନଙ୍କ ସମେତ ମୋଟ 34 ଜଣଙ୍କୁ ଗିରଫ କରାଯାଇଥିଲା । କିଛି ସମୟ ଜେଲରେ ରହିବା ପରେ ସମସ୍ତଙ୍କୁ ଜାମିନ ମିଳିଥିଲା । ଏହାପରେ ଗାୟକ ଗୁରୁ ରାନ୍ଧୱା ଏକ ଷ୍ଟେଟଣେଣ୍ଟ ଜାରି କରିଛନ୍ତି ଯେଉଁଥିରେ ସେ ଏହି ମାମଲା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଆଉ କହିଛନ୍ତି, ‘ମତେ ଦିଲ୍ଲୀ ପାଇଁ ସକାଳୁ ବାହାରିବାର ଥିଲା ଏହାର ପୂର୍ବ ରାତିରେ କିଛି ବନ୍ଧୁଙ୍କ ସହ ମୁମ୍ବାଇରେ ଡିନର କରିଥିଲି । ରାତିରେ ହଠାତ୍ ହୋଇଥିବା ଏହି ଭୁଲ ପାଇଁ କ୍ଷମା ମାଗୁଛି । ଦୁର୍ଭାଗ୍ୟବଶତଃ, ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ରାତ୍ରି କର୍ଫ୍ୟୁ ବିଷୟରେ ମୋର କୌଣସି ଧାରଣା ନଥିଲା କିନ୍ତୁ ମୁଁ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ସମସ୍ତ ନିୟମକୁ ସମ୍ମାନ କରୁଛି । ଏଥି ସହିତ ଆମେମାନେ ଭବିଷ୍ୟତରେ ସରକାରଙ୍କ ସମସ୍ତ ପ୍ରୋଟୋକଲ ଏବଂ କୋରୋନା ନିର୍ଦ୍ଦେଶାବଳୀ ପାଳନ କରିବେ ବୋଲି ପ୍ରତିଶୃତି ଦେଇଛି । ମୁଁ ଦେଶର ନାଗରିକ ଏବଂ ଭବିଷ୍ୟତରେ ସମାନ କ୍ଷେତ୍ରରେ ରହିବାକୁ ପ୍ରତିଶ୍ରୁତିବଦ୍ଧ ।’

ସେପଟେ ଗୁରୁଙ୍କ ବ୍ୟତୀତ ସୁରେଶଙ୍କ ତରଫରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି,‘ମୁଁ ମୁମ୍ବାଇକୁ ଏକ ସୁଟ ପାଇଁ ଆସିଥିଲି । ସୁଟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ମୁଁ ଜଣେ ବନ୍ଧୁଙ୍କ ନିମନ୍ତ୍ରଣରେ ଡିନର ପାଇଁ ସେହି କ୍ଲବରେ ପହଞ୍ଚିଥିଲି । ମୁମ୍ବାଇର ପ୍ରୋଟୋକଲ୍ସ ଏବଂ ଟାଇମିଂ ବିଷୟରେ ମୋର କୌଣସି ଆଇଡିଆ ନଥିଲା ।’

ଖାଲି ଏତିକି ନୁହେଁ କୋରୋନା ନିୟମ ବିଷୟରେ ଜାଣିବା ପରେ ସୁରେଶ ମୁମ୍ବାଇ ପୋଲିସକୁ କ୍ଷମା ମଧ୍ୟ ମାଗିଥିଲେ । ପ୍ରକାଶ ଥାଉକି ଗୁରୁ ଓ ସୁଜୈନ କ୍ଲବରେ ଏଣ୍ଟ୍ରି କରିବା ପୂର୍ବରୁ ଅଭିନେତ୍ରୀ କରିସ୍ମା ତନ୍ନା ସେଠାରେ ନିଜ ବର୍ଥଡେ ସେଲିବ୍ରେଶନ କରିବାକୁ ପହଞ୍ଚିଥିଲେ । ସେ ନିଜର 37ତମ ଜନ୍ମଦିନ ସେଲିବ୍ରେଶନ କରିବାକୁ କିଛି ବନ୍ଧୁଙ୍କ ସହ ସେଠାକୁ ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.