ମୁମ୍ବାଇ: ଦୁଇ ପପୁଲାର ସିଙ୍ଗରଙ୍କ ଯୋଡି ସୃଷ୍ଟି କଲା ଚହଳ । ଗୋଟିଏ ପଟେ ନେହା କକ୍କରଙ୍କ ଦମଦାର କଣ୍ଠ ସହ ତାଳ ମିଶାଇଲେ ପଞ୍ଜାବର ଲୋକପ୍ରିୟ ଗାୟକ ଗୁରୁ ରନ୍ଧୱା । ଏହି ଯୋଡିଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଔର ପ୍ୟାର କରନା ହେ’ ରିଲିଜ ହୋଇଯାଇଛି । ନେହାଙ୍କ ସହ ଗୁରୁଙ୍କ କେମେଷ୍ଟ୍ରି ସେପଟେ ଦର୍ଶକଙ୍କ ମନ କିଣିବାରେ ଲାଗିଛି ।
- " class="align-text-top noRightClick twitterSection" data="">
ଏହି ରୋମାଣ୍ଟିକ ଭାବବିହ୍ବଳ ଗୀତକୁ ଟି-ସିରିଜର ୟୁଟ୍ୟୁବରେ ରିଲିଜ କରାଯାଇଛି । ଯେଉଁଥିରେ ପରସ୍ପରକୁ ଆହୁରି ଭଲ ପାଇବା କଥା କହୁଛନ୍ତି ନେହା ଓ ଗୁରୁ । ରିଲିଜର କିଛି ଘଣ୍ଟା ମଧ୍ୟରେ ଗୀତକୁ 4 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।
- " class="align-text-top noRightClick twitterSection" data="
">
ସେପଟେ ଗୁରୁ ସୋସିଆଲ ମିଡିଆରେ ଗୀତ ସେୟାର କରି ଫ୍ୟାନ୍ସଙ୍କୁ ରିଲିଜ ସୂଚନା ଦେଇଥିଲେ । ଯାହାର ଲିରିକ୍ସ ଲେଖିଛନ୍ତି, ସଇଦ କାଦରୀ । ଆଉ ନିର୍ଦ୍ଦେଶନା ଦେଇଛନ୍ତି ସଚେତ ପରମପରା । ଆପଣ ବି ଦେଖନ୍ତୁ ଗୀତ...