ମୁମ୍ବାଇ: ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ସାକ୍ଷାତକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ତାଙ୍କୁ ବି-ଟାଉନର ନୂଆ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସାକ୍ଷାତ କରିଥିବାବେଳେ ଏବେ ସାକ୍ଷାତ କରିଛନ୍ତି ଭଜନ ସମ୍ରାଟ ଅନୁପ ଜଲୋଟା ।
ଯାହାର ଶାନଦାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି । ଫଟୋରେ ଋଷିଙ୍କ ପତ୍ନୀ ନୀତୁ ଓ ଅନୁପ ନଜର ଆସୁଛନ୍ତି । ତାଙ୍କୁ ସାକ୍ଷାତ କରିଥିବାରୁ ଅନୁପଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ।
ପ୍ରକାଶ ଥାଉକି ଋଷିଙ୍କ ଆଗାମୀ ଫିଲ୍ମ 'ଝୁଟ୍ଟା କହିଂ କା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଜିମ୍ମି ଶେରଗିଲ, ଲିଲିତ ଦୁବେ, ଓମକାର କପୁର ଓ ମନୋଜ ଯୋଶୀ ।
ଦୀର୍ଘ 9 ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷିଙ୍କ ସାକ୍ଷାତ ତାଲିକାରେ ସାମିଲ ଅଛନ୍ତି ବି-ଟାଉନର କଳାକାର କରନ ଜୋହର, ବିକ୍କୀ କୌଶଲ, ବୋମନ ଇରାନୀ, ଦୀପିକା ପାଦୁକୋନ, ଆମୀର ଖାନ, ଆଲିୟା ଭଟ୍ଟ, ଅନୁପମ ଖେର, ପ୍ରିୟଙ୍କା ଚୋପ୍ରା, ସୋନାଲୀ ବିନ୍ଦ୍ରେ, ଜାଭେଦ ଅଖତର, ।