ETV Bharat / sitara

ଦିନ ୨ଟାରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର, ବିଦାୟ ଦେଉଛନ୍ତି ବନ୍ଧୁ ଓ ପରିବାରବର୍ଗ

ଆଉ କିଛି ସମୟ ପରେ ସିଦ୍ଧାର୍ଥଙ୍କ ହେବ ଅନ୍ତିମ ସଂସ୍କାର । ମୁମ୍ବାଇ ଓଶିୱାରା ଶ୍ମଶାନଘାଟରେ ବ୍ରହ୍ମକୁମାରୀ ପରମ୍ପରା ଅନୁଯାୟୀ ତାଙ୍କ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

author img

By

Published : Sep 3, 2021, 1:22 PM IST

Sidharth Shukla Cremation: ଅପରାହ୍ନ ୨ଟାରେ ହେବ ଅନ୍ତିମ ସଂସ୍କାର, ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଗୁରୁବାର ବିଗ ବସ ଫେମ ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ଦୀପ ଲିଭିଯାଇଛି ସତ, କିନ୍ତୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ମାନୁନି ମନ । ଏଭଳି ଦୁଃଖଦ ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଛି ଟେଲିଭିଜନ ଜଗତଠାରୁ ଆରମ୍ଭ କରି ସିଦ୍ଧାର୍ଥଙ୍କ ରିଅଲ ଓ ରିଲ ଫ୍ୟାମିଲି । ସିଡ଼୍‌ଙ୍କ ଆତ୍ମା ଗତକାଲିଠୁ ବିଦାୟ ନେଇସାରିଥିବା ବେଳେ ଆଜି ସମସ୍ତଙ୍କଠୁ ବିଦାୟ ନେବାକୁ ଯାଉଛି ତାଙ୍କ ପାର୍ଥିବ ଶରୀର । ଆଜି(ଶୁକ୍ରବାର) ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ହେବାକୁ ଯାଉଛି । ମୁମ୍ବାଇର ଓଶିୱାରା ଶ୍ମଶାନଘାଟରେ ବ୍ରହ୍ମାକୁମାରୀ ସମାଜର ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯିବ ।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କୁପର ହସ୍ପିଟାଲରୁ ସିଦ୍ଧାର୍ଥଙ୍କ ପାର୍ଥୀବ ଶରୀରକୁ ତାଙ୍କ ବାସଗୃହକୁ ନିଆଯାଇଥିଲା । ସିଦ୍ଧାର୍ଥଙ୍କ ଘରେ ସହ କଳାକାର ଅର୍ଜୁନ ବିଜଲାନୀଙ୍କ ସମେତ ଆସିମ ରିଆଜଙ୍କ ସମେତ ଅନ୍ୟ କଳାକାର ଥିବା ଜଣାପଡ଼ିଛି । ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଆମ୍ବୁଲାନ୍ସକୁ ଫୁଲରେ ସଜା ହେବା ପରେ ତାଙ୍କ ବାସଗୃହକୁ ପାର୍ଥୀବ ଶରୀରକୁ ନିଆଯାଇଥିଲା । ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ଘରେ ଅନେକ କଳାକାର ପହଞ୍ଚି ସାରିଛନ୍ତି । ଅଲିଗୋନିଙ୍କଠାରୁ ଆରମ୍ଭ କରି ରଶ୍ମି ଦେଶାଇ, ଆରତୀ ସିଂ, ରାହୁଲ ମହାଜନ, ରାକ୍ଷୀ ସାୱନ୍ତ ଓ ଅନେକ କଳାକାର ତାଙ୍କ ଘରେ ଉପସ୍ଥିତ ଅଛନ୍ତି ।

ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ ରିପୋର୍ଟ ମୁମ୍ବାଇ ପୋଲିସ ନିକଟରେ ରହିଛି । ସିଦ୍ଧାର୍ଥଙ୍କ ଶରୀରରେ ଆଘାତର କୌଣସି ଦାଗ ନଥିବା ଜଣାପଡ଼ିଛି । ମୁମ୍ବାଇର କୁପର ହସ୍ପିଟାଲରେ ୩ ଘଣ୍ଟା ଧରି ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ କରାଯାଇଥିଲା । ସିଦ୍ଧାର୍ଥଙ୍କ ଘର ନିକଟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । କୋରୋନା ମହାମାରୀକୁ ନଜରରେ ରଖି ପୋଲିସ ଭିଡକୁ ଏଡାଇବା ପାଇଁ ମଧ୍ୟ ପ୍ରୟାସ କରୁଛି ।

ତେବେ ସୂଚନା ଥାଉ କି ଗତକାଲି ଏହି ୪୦ ବର୍ଷୀୟ ଅଭିନେତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ସେ ମାଆଙ୍କୁ ଡାକି ଜଣାଇଥିଲେ । ସିଦ୍ଧାର୍ଥଙ୍କ ମାଆ ତାଙ୍କୁ ପାଣି ଦେବା ପରେ ସେ ଶୋଇଯାଇଥିଲେ । ଏହାପରେ ଆଉ ଉଠିନାହାନ୍ତି ସିଦ୍ଧାର୍ଥ । ଚିରନିଦ୍ରାରେ ଶୋଇ ଯାଇ ସେ ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଯାଇଛନ୍ତି । ପରିବାର ତାଙ୍କୁ ୯ଟା ୪୦ ମିନିଟରେ ହସ୍ପିଟାଲକୁ ଆଣିଥିଲେ । ଏହାପରେ ତାଙ୍କୁ ୧୦ଟା ୩୦ରେ ମୃତ ଘୋଷିତ କରାଯାଇଥିଲା ।

ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସିରିଏଲ୍ ବାଲିକା ବଧୂରେ ତାଙ୍କ ଭୂମିକା ପାଇଁ ସେ ବେଶ ଜଣାଶୁଣା ଥିଲେ । ବିଗ୍ ବସ୍-13ର ବିଜେତା ମଧ୍ୟ ଥିଲେ ସିଦ୍ଧାର୍ଥ । ସିଦ୍ଧାର୍ଥଙ୍କ ପରିବାରରେ ମା' ଏବଂ ଦୁଇ ଭଉଣୀ ଅଛନ୍ତି। ସେ ନିଜ ମା'ଙ୍କ ସହିତ ରହୁଥିଲେ । ଶୁକ୍ଲା ବେଶ ଫିଟ୍ ରହୁଥିବାରୁ ତାଙ୍କ ମୃତ୍ୟକୁ କେହି ବିଶ୍ବାସ କରିପାରିନଥିଲେ । ସେ ରିୟଲିଟି ଶୋ' ଫିୟର ଫ୍ୟାକ୍ଟର୍: ଖତରୋଁ କେ ଖିଲାଡି-7ର ଟାଇଟଲକୁ ମଧ୍ୟ ଜିତିଥିଲେ । ଗୁରୁବାର ସକାଳେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପରେ ଆସିବା ପରେ ସୋସିଆଲ ମିଡିଆରେ ଫିଲ୍ମ ଓ ଟେଲିଭିଜନ ତାରକା ଏବଂ ତାଙ୍କ ପ୍ରଶଂସକଙ୍କ କମେଣ୍ଟ୍ସ ଭରି ରହିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.