ETV Bharat / sitara

ଡିସେମ୍ବରରେ ସେହନାଜଙ୍କୁ ବିବାହ କରିବା ପାଇଁ ପ୍ଲାନ କରୁଥିଲେ ସିଡ୍‌ !

ଡିସେମ୍ବରରେ ସେହନାଜଙ୍କୁ ବିବାହ କରିବା ପାଇଁ ସିଦ୍ଧାର୍ଥ ପ୍ଲାନ କରୁଥିବା ଏକ ରିପୋର୍ଟରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

author img

By

Published : Sep 4, 2021, 8:10 PM IST

ଡିସେମ୍ବରରେ ସେହନାଜଙ୍କୁ ବିବାହ କରିବା ପାଇଁ ପ୍ଲାନ କରୁଥିଲେ ସିଡ୍‌ !
ଡିସେମ୍ବରରେ ସେହନାଜଙ୍କୁ ବିବାହ କରିବା ପାଇଁ ପ୍ଲାନ କରୁଥିଲେ ସିଡ୍‌ !

ହାଇଦ୍ରାବାଦ: ଟେଲିଭିଜନ ଷ୍ଟାର ସିଦ୍ଧାର୍ଥ ଶୁକ୍ଲାଙ୍କ ଅକାଳ ବିୟୋଗ ଏକ ପ୍ରେମ କାହାଣୀର ହଠାତ୍ ଶେଷ କରିଦେଇଛି । ଡିସେମ୍ବରରେ ସିଡ୍‌ ବିଗବସ-୧୩ର ସହ ପ୍ରତିଯୋଗୀ ସେହନାଜ ଗିଲଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା କିଛି ରିପୋର୍ଟରୁ ସୂଚନା ମିଳିଛି । ଉଭୟ ଖୁବ ଭଲ ବନ୍ଧୁ ଥିଲେ । ସିଡନାଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କିଛି ରିପୋର୍ଟରେ ଦର୍ଶାଯାଇଥିବାବେଳେ ସେମାନେ ଏହି ସମ୍ପର୍କକୁ ସ୍ପଷ୍ଟ କରିନଥିଲେ ।

ତେବେ ଏ ସମ୍ପର୍କରେ ସିଦ୍ଧାର୍ଥ ଓ ସେହନାଜ ନିଜ ପରିବାରକୁ ଜଣାଇଥିଲେ । ବିବାହ ପାଇଁ ସେମାନେ ମୁମ୍ବାଇରେ ଏକ ହୋଟେଲ ବୁକ କରିଥିଲେ । ତେବେ ସେମାନେ ୩ ଦିନ ଧରି ସେଲିବ୍ରେସନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ବିଗବସ-13 ପ୍ରତିଯୋଗୀ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କ ଭାଇ ଅବୁ ମଲ୍ଲିକଙ୍କ ଏକ ବୟାନ ସାମନାକୁ ଆସିଛି । ସିଦ୍ଧାର୍ଥଙ୍କୁ ବିବାହ କରିବାକୁ କହିବା ପାଇଁ ସେହନାଜ ତାଙ୍କୁ ଅନୁରୋଧ କରିଥିବା ସେ କହିଛନ୍ତି । 2020 ମସିହା ମାର୍ଚ୍ଚ ୨୦ ତାରିଖରେ ସେହନାଜ ଏହା କହିଥିଲେ ବୋଲି ସେ କହିଛନ୍ତି ।

ସିଦ୍ଧାର୍ଥ ସେହନାଜଙ୍କୁ ବହୁତ ପ୍ରେମ କରୁଥିଲେ । ସେହନାଜ ଦୁଃଖିତ ହେଲେ ସିଡଙ୍କୁ ଏହା ପ୍ରଭାବିତ କରୁଥିଲା ବୋଲି ମଧ୍ୟ ଅବୁ କହିଛନ୍ତି । ତେବେ ସୂଚନା ଥାଉ କି ବିଗବସରେ ସିଡନାଜଙ୍କ ଭେଟ ହୋଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ହୋଇଥିଲା । ବିଗବସ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।

ଗତ ଗୁରୁବାର ସିଦ୍ଧାର୍ଥଙ୍କ ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି । ଏହାପରେ ସେହନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସେହନାଜଙ୍କ ଅବସ୍ଥା ଦେଖି ଅନ୍ୟ କଳାକାରମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.