ହାଇଦ୍ରାବାଦ: ‘ଜବରୀୟାଁ ଯୋଡି’ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକ ଶେରଶାହା ସୁଟିଂରେ ବ୍ୟସ୍ତ ଅଛନ୍ତି । କାରଗିଲ ଅଞ୍ଚଳରେ ଫିଲ୍ମର ସୁଟିଂ କରାଯାଉଛି । ଏହି ସମୟରେ ସେଟରୁ ଫଟୋ ସେୟାର କରିଛନ୍ତି ଅଭିନେତା ସିଦ୍ଧାର୍ଥ ।
ସୁଟିଂରୁ ସମୟ ବାହାର କରି କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ପ୍ରକାଶଥାଉକି, କ୍ୟାପଟେନ ବିକ୍ରମ ବର୍ତ୍ତା 1999 ମସିହାରେ କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ବୀରତ୍ବର ସହ ଲଢି ଶହିଦ ହୋଇଥିଲେ । ତାଙ୍କୁ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତେବେ ଫିଲ୍ମରେ ସିଦ୍ଧାର୍ଥଙ୍କ ସହ କିଆରା ଆଡଭାନୀ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ କରନ ଜୋହର ଓ ବିଷ୍ଣୁ ଭରଦାନ ନିର୍ଦ୍ଦେଶନା ଦେବେ ।