ନୂଆଦିଲ୍ଲୀ: ସାଉଥ ସିନେମା ବ୍ୟତୀତ ବଲିଉଡରେ ମଧ୍ୟ ଶ୍ରୁତି ହାସନଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଶ୍ରୁତି ଚଳଚ୍ଚିତ୍ର ତଥା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ତାଙ୍କର ଫଟୋ ଏବଂ ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଶ୍ରୁତି ଇନଷ୍ଟାଗ୍ରାମରେ ତାଙ୍କ ପିତା କମଲ ହାସନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ପ୍ରଶଂସକମାନଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ଏହି ଫଟୋକୁ ପସନ୍ଦ କରିବା ସହ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।
ଶ୍ରୁତି ଇନଷ୍ଟାଗ୍ରାମରେ ତିନୋଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ପିତାଙ୍କ ସହ ଭିନ୍ନ ଭିନ୍ନ ପୋଜ୍ କରୁଥିବାର ନଜର ଆସିଛନ୍ତି।
ଏହି ଫଟୋଗୁଡ଼ିକରେ ବାପା-ଝିଅଙ୍କର ବଡିଂଙ୍ଗକୁ ଦେଖି ଫ୍ୟାନ୍ସ ବହୁ ପ୍ରଂଶସା କରୁଛନ୍ତି ।
ଏହି ଫଟୋ ଗୁଡ଼ିକୁ ସେୟାର କରି କ୍ୟାପସନରେ ଶ୍ରୁତି ଲେଖିଛନ୍ତି, 'ପ୍ରିୟର ବାପା' ।
ପ୍ରକାଶ ଥାଉ ଯେ, ଶ୍ରୁତି ହାସନଙ୍କ ମା ହେଉଛନ୍ତି ସରିକା ଠାକୁର, ସେ ଜଣେ ବଲିଉଡ ଅଭିନେତ୍ରୀ। 1988 ମସିହାରେ କମଲ ହାସନ ଏବଂ ସରିକା ବିବାହ କରିଥିଲେ । କମଲ ତାଙ୍କର ପ୍ରଥମ ପତ୍ନୀ ବାନି ଗଣପତିଙ୍କୁ ଛାଡପତ୍ର ଦେଇ ସରିକାଙ୍କୁ ବିବାହ କରିଥିଲେ।