ETV Bharat / sitara

ପ୍ରଥମ ଡୋଜ ଟିକା ନେଲେ ଶ୍ରେୟା ଘୋଷଲ

ବଲିଉଡର ପ୍ଲେବ୍ୟାକ ସିଙ୍ଗର ଶ୍ରେୟା ଘୋଷଲ କୋରୋନାର ପ୍ରଥମ ଡୋଜ ଟିକା ନେଇଥିବା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ଡୋଜ ଟିକା ନେଲେ ଶ୍ରେୟା ଘୋଷଲ
ପ୍ରଥମ ଡୋଜ ଟିକା ନେଲେ ଶ୍ରେୟା ଘୋଷଲ
author img

By

Published : Jun 14, 2021, 10:14 PM IST

ନୂଆଦିଲ୍ଲୀ: ବଲିଉଡ଼ ପ୍ଲେବ୍ୟାକ ସିଙ୍ଗର ଶ୍ରେୟା ଘୋଷଲ ଡେଲିଭରି ପରେ ସୋମବାର କୋରୋନା ଟିକାର ପ୍ରଥମ ଡୋଜ ଟିକା ନେଇଛନ୍ତି । ଶ୍ରେୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିକା ନେବା ସମୟର ଭିଡିଓ ପୋଷ୍ଟ କରି ନିଜ ଟିକା ନେବା ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ପ୍ରଥମ ଡୋଜ ଟିକା ନେଲେ ଶ୍ରେୟା ଘୋଷଲ
ପ୍ରଥମ ଡୋଜ ଟିକା ନେଲେ ଶ୍ରେୟା ଘୋଷଲ

ଶ୍ରେୟା ଗତ କିଛି ଦିନ ପୂର୍ବେ ପୁତ୍ର ସନ୍ତାନର ମା ହୋଇଛନ୍ତି । ସେ ଡେଲିଭରି ପରେ କୋରୋନା ଟିକା ନେଇଛନ୍ତି । ସେ ଟିକା ନେବା ସମୟର ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କ ଶିଶୁପୁତ୍ର ଦେବ୍ୟାନ ଘରେ ଶାନ୍ତିରେ ଶୋଇଥିବାବେଳେ ସେ ଖୁବଶୀଘ୍ର ଟିକାର ପ୍ରଥମ ଡୋଜ ନେବା ପାଇଁ ଘରୁ ବାହାରିଛନ୍ତି ବୋଲି କହିଛନ୍ତି । ଏହାସହିତ ନୂଆ ନୂଆ ମାତୃତ୍ବ ଲାଭ କରିଥିବା ମହିଳାମାନେ କୋରୋନା ଟିକା ନେବା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡାକ୍ତର କହିଥିବା ସେ କହିଛନ୍ତି ।

ଶ୍ରେୟା କୋଭିସିଲ୍ଡ ଟିକା ନେଇଥିବା ସୂଚନା ଦେଇଛନ୍ତି । ଶ୍ରେୟାଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସମାନେ ପସନ୍ଦ କରିବା ସହିତ ସମର୍ଥନ ମଧ୍ୟ କରିଛନ୍ତି । ଏହି ପୋଷ୍ଟରେ ଏଯାବତ 2 ଲକ୍ଷ ଲାଇକ ଆସିଛି । ତେବେ 37 ବର୍ଷୀୟ ସିଙ୍ଗର ଶ୍ରେୟା ଗତ କିଛି ଦିନ ପୂର୍ବେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ପୁତ୍ର ସନ୍ତାନର ନାମ ଦେବ୍ୟାନ ମୁଖୋପାଧ୍ୟାୟ ବୋଲି ପ୍ରକାଶ କରିଥିଲେ ।

ଶ୍ରେୟା 2015 ମସିହାରେ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ । ଗତ ମାର୍ଚ୍ଚ ମାସରେ ସେ ଗର୍ଭବତୀ ଥିବା ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସେ ନିଜ ସୁମଧୁର କଣ୍ଠରେ ଲୋକମାନଙ୍କୁ ମତୁଆଲା କରିଆସୁଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସମ୍ମାନଜନକ ପୁରସ୍କାରର ବିଜୟିନୀ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.