ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସ ହୃଦୟ ଭାଙ୍ଗିବାକୁ ଯାଉଛି । କାରଣ ତାଙ୍କ ବିବାହ ଖବର ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ସେ ଜଲଦି ବିବାହ ବନ୍ଧନରେ ଆବଦ୍ଧ ହେବ । ଦୀର୍ଘସମୟରୁ ରୋହନ ଶ୍ରେଷ୍ଠଙ୍କ ସହ ରିଲେସନଶିପରେ ରହିଆସୁଛନ୍ତି ଶ୍ରଦ୍ଧା । ଏହି ଯୋଡି ପାଖାପାଖି ଦୁଇବର୍ଷ ହେବ ପରସ୍ପରକୁ ଡେଟ କରିଆସୁଛନ୍ତି । ଆଉ ନିଜ ପ୍ରେମ ସମ୍ପର୍କକୁ ବିବାହ ନାମ ଦେବାକୁ ପ୍ରସ୍ତୁତ ହୋଇସାରିଲେଣି ଏହି ଲଭବାର୍ଡ ।
ଅନ୍ୟପଟେ ଲାଡଲୀ ଶ୍ରଦ୍ଧାଙ୍କ ବିବାହ ଖବର ଶୁଣି ପିତା ତଥା ବି-ଟାଉନର ଖଳନାୟକ ଶକ୍ତି କପୁର ବଡ ମଜାଦାର ବୟାନ ଦେଇଛନ୍ତି । ଯାହାଶୁଣି ଦର୍ଶକଙ୍କ ମଧ୍ୟ ହସିବେ । ଆଜ୍ଞା ହଁ, ସେ କହିଛନ୍ତି କି ତାଙ୍କ ଝିଅ ବିବାହ କରୁଛନ୍ତି ? ଦୟା କରି ତାଙ୍କୁ ମଧ୍ୟ ନିମନ୍ତ୍ରଣ କରିବାକୁ ଭୁଲିବ ନାହିଁ।
ଏକ ସାକ୍ଷାତକାରରେ ଶକ୍ତି ମଜାଦାର ଅନ୍ଦାଜରେ ଏହି ସବୁ ଉଡା ଖବରକୁ ଖଣ୍ଡନ କରିଥିଲେ । ସେ ଝିଅ ବିବାହ କେଉଁଠାରେ ହେବ ସେ କଥା ମଧ୍ୟ ପଚାରି କହିଥିଲେ କି ସେ ମଧ୍ୟ ସେହିଠାରେ ପହଞ୍ଚି ଯିବେ ବିବାହରେ ଯୋଗ ଦେବାକୁ। ସେ ଶ୍ରଦ୍ଧାଙ୍କ ପିତା ହୋଇ ତାଙ୍କୁ ଝିଅ ବିବାହ ବିଷୟରେ କିଛି ମଧ୍ୟ ଜଣାନାହିଁ । ତେଣୁ ସେ କେବେ ବିବାହ କରିବେ ଦୟା କରି ସୂଚନା ଦେବ ବୋଲି କହିଥିଲେ ଶକ୍ତି ।
ପ୍ରକାଶ ଥାଉକି ଶ୍ରଦ୍ଧା ନିଜ ଆଗାମୀ ଫିଲ୍ମ 'ସାହୋ'ର ପ୍ରମୋଶନରେ ଲାଗିପଡିଛନ୍ତି । ଏହି ଫିଲ୍ମରେ ଶ୍ରଦ୍ଧା ପ୍ରଥମଥର 'ବାହୁବଳୀ' ଫେମ ପ୍ରଭାସଙ୍କ ସହ ନଜର ଆସିବେ । ଏହି ବିଗ ବଜେଟ ଫିଲ୍ମଟି ସ୍ବାଧୀନତା ଦିବସରେ ରିଲିଜ ହେବ ।