ETV Bharat / sitara

ଶିଳ୍ପା-ଶମିତା-ସୁନନ୍ଦାଙ୍କୁ ସମନ, ଆସନ୍ତା ୨୮ରେ କୋର୍ଟରେ ହେବେ ହାଜର

ପୁଣି ବିବାଦରେ ଅଭିନେତ୍ରୀ ଶିଳ୍ପା । ଲକ୍ଷାଧିକ ଟଙ୍କା ଋଣ କରିବା ପରେ ପୈଠ ନ କରିବାରୁ ତାଙ୍କୁ ସମନ ଜାରି କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଶିଳ୍ପା-ଶମିତା-ସୁନନ୍ଦାଙ୍କୁ ସମନ ଜାରି, ଆସନ୍ତା ୨୮ରେ କୋର୍ଟରେ ହେବେ ହାଜର

author img

By

Published : Feb 13, 2022, 2:03 PM IST

ମୁମ୍ବାଇ: ପୁଣି ବିବାଦରେ ଛନ୍ଦି ହେଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏଥର କିନ୍ତୁ ସ୍ବାମୀଙ୍କ ପାଇଁ ନୁହେଁ ଟଙ୍କା ପୈଠ ନ କରିବାକୁ ନେଇ ହୋଇଛି ଅଭିଯୋଗ । ଶିଳ୍ପା, ଭଉଣୀ ଶମିତା ସେଟ୍ଟୀ ଓ ମା' ସୁନନ୍ଦା ସେଟ୍ଟୀଙ୍କ ନାମରେ ହୋଇଛି ଅଭିଯୋଗ । ଏମାନେ ପ୍ରାୟ ୨୧ ଲକ୍ଷ ଟଙ୍କା ଲୋନ କରିବା ପରେ ପୈଠ ନ କରିବାରୁ ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ବ୍ୟବସାୟୀ ପରହଦ୍‌ ଆମ୍ରା ଏହି ଷ୍ଟାର ପରିବାର ବିରୋଧରେ ଜୁହୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏମାନେ 21 ଲକ୍ଷ ଟଙ୍କା ଋଣ ନେବା ପରେ ପରିଶୋଧ ନ କରିବାରୁ ଶୁକ୍ରବାର କୋର୍ଟ ସମନ ଜାରି କରିଛନ୍ତି । ଆସନ୍ତା ଫେବୃଆରୀ 28ରେ ଏହି ତିନିଜଣଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ଶିଳ୍ପା ଶେଟ୍ଟୀ, ଭଉଣୀ ଶମିତା ଏବଂ ମାତା ସୁନନ୍ଦା ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲେ ।

ତେବେ ଏହି ଟଙ୍କା ଶିଳ୍ପା ଏବଂ ପିତା ସୁରେନ୍ଦ୍ର ଶେଟ୍ଟୀ ନେଇଥିବାର ଅଭିଯୋଗ ହୋଇଛି । ଅଟୋମୋବାଇଲ୍ ଏଜେନ୍ସି ମାଲିକ ଅମ୍ରା ଅଭିଯୋଗ କରିଛନ୍ତି ଯେ ସୁରେନ୍ଦ୍ର ସେଟ୍ଟୀ 2015ରେ ଏହି ଋଣ ନେଇଥିଲେ ଏବଂ ଜାନୁୟାରୀ 2017 ସୁଦ୍ଧା ତାହା ଫେରସ୍ତ କରାଯିବାର ଥିଲା କିନ୍ତୁ ତିନିଜଣ ଋଣ ପରିଶୋଧ କରିବାକୁ ମନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.