ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରା ନିଜ କାମରୁ ଫୁରସତ ପାଇଲେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଯାଆନ୍ତି । ସେ ମଧ୍ୟ ପତ୍ନୀଙ୍କ ଭଳି ଅଭିନୟ କରିବାରେ ମାହିର । ଯେତେବେଳେ ଦେଶରେ ଟିକଟକ ଆପ ଥିଲା । ସେହି ସମୟରେ ତାଙ୍କ ମଜାଦାର ଅଭିନୟର ଭିଡିଓ ଦେଖିବାକୁ ମିଳୁଥିଲା । ଆଉ ଏବେ ସେ ବି-ଟାଉନର ଫେମସ ଆକ୍ଟର ରଣବୀର ସିଂଙ୍କ ଅବତାରରେ ନଜର ଆସୁଛନ୍ତି । ଯାହା ଫ୍ୟାନ୍ସଙ୍କ ମନ କିଣିଛି ।
- View this post on Instagram
My Abs are coming out nicely 😁 what say @ranveersingh 😊😁😅 some mid week masti #rajfuntra
">
କଥାଟି ହେଲା ଯେ ରିଫେସ୍ ଆପ ଜରିଆରେ ରଣବୀରଙ୍କ ଲୋକପ୍ରିୟ ଗୀତ ‘ରାମ ଜି କି ଚାଲ ଦେଖୋ’ରେ ନିଜ ଚେହେରା ସାମିଲ କରିଛନ୍ତି । ଯାହାଦ୍ବାରା ଲାଗୁଛି ରଣବୀର ନୁହେଁ ରାଜ ଡାନ୍ସ କରୁଛନ୍ତି ।
ସେହିପରି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଧିରେ ଧିରେ ମୋର ଆବ୍ସ ବାହାରିବାରେ ଲାଗିଛି । କଣ କହୁଛ ରଣବୀର । କିଛି ମିଡ ୱିକ ମସ୍ତି । ରାଜ ଫୁନତ୍ରା ।’ ତାଙ୍କ ଅନ୍ଦାଜରେ ଜଣେ ଫ୍ୟାନ କମେଣ୍ଟରେ ଲେଖିଛନ୍ତି, ‘ମୁଁ କହିବାକୁ ଚାହୁଁଛି ଯେ ତୁମେ ଆକ୍ଟରଙ୍କ ଠୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଲାଗୁଛ ।’
ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ଓ ଏମଜି ଏହା ବହୁତ ଶାନଦାର ହୋଇଛି । ତୁମେ ବାସ୍ତବରେ ହିରୋ ଲୁକରେ ଭଲ ଦେଖାଯାଉଛ ।’
ପ୍ରକାଶ ଥାଉକି ଲକଡାଉନ ସମୟରେ ଶିଳ୍ପା ଓ ରାଜ ଘରେ ବସି ବସି ଅନେକ ଟିକଟକ ଭିଡିଓ ତିଆରି କରିଥିଲେ । ପତ୍ନୀ ଅଭିନେତ୍ରୀ ହେବାର ଫାଇଦା ରାଜ ହିଁ ଉଠାଇଥିଲେ । ଘରେ ରହି ତାଙ୍କଠୁ ଅଭିନୟ ଶିଖିଥିଲେ ।