ETV Bharat / sitara

ଶିଳ୍ପାଙ୍କ ସୁପରହିରୋ - ସୁପରହିରୋ

ଆଜି ଖୁବ୍ ଧୁମଧାମରେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ଶିଳ୍ପା ସେଟ୍ଟୀ । ସୋସିଆଲ ମିଡିଆରେ ଖାସ୍ ଅନ୍ଦାଜରେ ଜଣାଇଲେ ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ
author img

By

Published : Sep 9, 2019, 10:41 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁରା ଦେଶରେ ଫିଟନେସ ଆଇକନ ନାମରେ ଜଣାଯାଆନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ନିଜ ୱାର୍କଆଉଟ ଭିଡିଓ ଏବଂ ଯୋଗ ଭିଡିଓ ସେୟାର କରୁଥିବାର ନଜର ଆସନ୍ତି । କିନ୍ତୁ ଏଥର ସେ କୌଣସି ଫିଟନେସ ଭିଡିଓ ନୁହେଁ ବରଂ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ବର୍ଥଡେ ୱିଶ ଖାସ୍ ଅନ୍ଦାଜରେ କରିଛନ୍ତି । ସେ ସୋସିଆଲ ମିଡିଆରେ ସ୍ବାମୀଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି ।

କିଛି ସମୟ ପୂର୍ବରୁ ସେୟାର ହୋଇଥିବା ଶିଳ୍ପାଙ୍କ ବର୍ଥଡେ ୱିଶ ଭିଡିଓ ଏଯାବତ ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ସେ ସୋମବାର ରାଜଙ୍କ 44ତମ ଜନ୍ମଦିନରେ ତାଙ୍କୁ ସୁପରହିରୋ ଏବଂ ନିଜ ସ୍ବପ୍ନର ରାଜା କହି ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଶିଳ୍ପା ରାଜଙ୍କ ସହ କିଛି ସୁନ୍ଦର ଫଟୋର ଏକ ଭିଡିଓ ସେୟାର କରି ତାଙ୍କର ପ୍ରଶଂସା କରିଛନ୍ତି । ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ‘ହାପ୍ପିଏଷ୍ଟ ବର୍ଥଡେ ମାଇଁ କ୍ୟୁକି, ଆପଣ ମୋ ହୃଦୟର ରାଜା, ମୋ ସ୍ବପ୍ନର ରାଜା ଆଉ ମୋ ଜୀବନର ପ୍ରେମ । ଆପଣ ସବୁଠାରୁ ଭଲ ସ୍ବାମୀ, ପୁଅ, ଭାଇ ଏବଂ ପିତା ମଧ୍ୟ । ଆଉ ମୁଁ ଜଣେ ଭାଗ୍ୟଶାଳୀ ମହିଳା, ଆପଣଙ୍କ ସବୁ ସ୍ବପ୍ନ ସତ ହେଉ । କାରଣ ଆପଣ ସବୁ ପାଇବାର ଅଧିକାରୀ । ମୋର ସୁପରହିରୋ । ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।’

ପ୍ରକାଶ ଥାଉକି 2009ରେ ରାଜଙ୍କୁ ବିବାହ କରିଥିଲେ ଶିଳ୍ପା । 2012ରେ ଶିଳ୍ପା ଓ ରାଜଙ୍କ ଘରେ ବେବି ବୟ ଜନ୍ମ ନେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.