ETV Bharat / sitara

ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ କୁନ୍ଦ୍ରା ଦମ୍ପତି

author img

By

Published : Oct 19, 2021, 8:07 PM IST

ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା । କୁନ୍ଦ୍ରା ଦମ୍ପତିଙ୍କ ଆଇନଜୀବୀ ଶର୍ଲିନ ଚୋପ୍ରାଙ୍କୁ ନୋଟିସ ପଠାଇ ଏକ ସପ୍ତାହ ମଧ୍ୟରେ କ୍ଷମା ମାଗିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ କୁନ୍ଦ୍ରା ଦମ୍ପତି
ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ କୁନ୍ଦ୍ରା ଦମ୍ପତି

ମୁମ୍ବାଇ: ଶର୍ଲିନ ଚୋପ୍ରାଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା । ଏନେଇ ଶର୍ଲିନଙ୍କ ବିରୋଧରେ ୫୦ ହଜାର କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିଛନ୍ତି ଉଭୟ ଶିଳ୍ପା ଓ ରାଜ । କୁନ୍ଦ୍ରା ଦମ୍ପତିଙ୍କ ଆଇନଜୀବୀ ଶର୍ଲିନ ଚୋପ୍ରାଙ୍କୁ ନୋଟିସ ପଠାଇ ଏକ ସପ୍ତାହ ମଧ୍ୟରେ କ୍ଷମା ମାଗିବାକୁ କହିଛନ୍ତି ।

ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଶୋଷଣ ପରେ ଧୋକା ଦେବାର ଅଭିଯୋଗ ଆଣି ମିଡିଆ ଚ୍ୟାନେଲରେ ସାକ୍ଷାତକାର ଦେଇଥିଲେ ଶର୍ଲିନ ଚୋପ୍ରା । ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରତାରଣା ତଥା ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଶର୍ଲିନ ଚୋପ୍ରା । ସୋସିଆଲ ମିଡିଆରେ FIR ଦାଏର କରିବା ସମ୍ପର୍କରେ ଶର୍ଲିନ୍ ସୂଚନା ଦେଇଥିଲେ । ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଲଗାତାର ଭାବେ ଶର୍ଲିନ ତାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି ।

ପର୍ଣ୍ଣୋଗ୍ରାଫି ମାମଲା (Pornography case)ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ସେପ୍ଟେମ୍ବର ୨୦ରେ ମିଳିଥିଲା ଜାମିନ । ରାଜଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଥିଲେ ରାଜ ।

ଅଗଷ୍ଟରେ ରାଜକୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାକୁ ନେଇ ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବଡ ବୟାନ ଦେଇଥିଲେ । ଏଭଳି ଫିଲ୍ମକୁ ନେଇ ରାଜଙ୍କ ସହ ମାର୍ଚ୍ଚ ମାସରେ ଶର୍ଲିନ ଏକ ଚୁକ୍ତି ସ୍ବାକ୍ଷର କରିଥିବା କହିଥିଲେ ଶର୍ଲିନ ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଶର୍ଲିନଙ୍କୁ ପଚରାଉଚୁରା ପାଇଁ ସମନ ଜାରି କରିଥିଲା । ରାଜ ବିଭିନ୍ନ ପ୍ରକାରର ଫିଲ୍ମ ଯେମିତିକି ଗ୍ଲାମର, ଫ୍ୟାସନ, ଫିଟନେସ, ମଜାଦାର ଫିଲ୍ମ କରିବାକୁ ଚାହୁଁଥିଲେ । ପ୍ରଥମେ ଫିଲ୍ମର କନସେପ୍ଟ ଗ୍ଲାମର ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଅର୍ଦ୍ଧ ନଗ୍ନ ଭାବେ ଫିଲ୍ମ କରିବାକୁ କୁହାଯାଇଥିଲା । ଏହି ଫିଲ୍ମର ସୁଟିଂ ସମୟରେ ରାଜ ତାଙ୍କୁ ଉତ୍ସାହିତ କରୁଥିଲେ । ତାଙ୍କ ଫିଲ୍ମର ଫଟୋ ଓ ଭିଡିଓ ଦେଖି ଶିଳ୍ପା ତାଙ୍କ କାମକୁ ପସନ୍ଦ କରିଛନ୍ତି ବୋଲି ଶର୍ଲିନ କ୍ରାଇମବ୍ରାଞ୍ଚକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.