ETV Bharat / sitara

ପିଏମ ମୋଦିଙ୍କୁ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଜରୁରୀ କାଳୀନ ପରିସ୍ଥିତି ବିଷୟକୁ ନେଇ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ନିର୍ମାତା ଶେଖର କପୁର । ପିଏମ ମୋଦିଙ୍କ ଟ୍ବିଟର ପ୍ରତିକ୍ରିୟା ଦେଇ କରିଛନ୍ତି ଏକ ପୋଷ୍ଟ ।

author img

By

Published : Jun 25, 2019, 11:47 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାରତରେ ଲାଗୁ ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ଆଜି 44 ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଲୋକଙ୍କୁ ସଲାମ କରିଛନ୍ତି ଯେଉଁମାନେ 1975ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଦେଶରେ ଲାଗୁ କରିଥିବା ଜରୁରୀ କାଳୀନ ପରିସ୍ଥିତିର ବିରୋଧ କରିଥିଲେ ।

ପ୍ରକାଶ ଥାଉକି 1975 ଜୁନ 25ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୁରା ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ । ପିଏମ ମୋଦିଙ୍କ ଟ୍ବିଟ ପରେ ଫିଲ୍ମ ନିର୍ମାତା ଶେଖର କପୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ ଶେଖର କପୁର

ଶେଖର ଟ୍ବିଟ କରି ଲେଖିଛନ୍ତି, "ସର ମୋ ଅଙ୍କଲ ଦେବ ଆନନ୍ଦ ଓ ବିଜୟ ଆନନ୍ଦ ସେହି ଲୋକଙ୍କ ମଧ୍ୟରେ ଥିଲେ ଯିଏ ଜରୁରୀ କାଳୀନ ପରିସ୍ଥିତି ବିରୋଧରେ ସାମ୍ନାକୁ ଆସିଥିଲେ । ସେମାନେ ରାଲି ବାହାର କରି ଇନ୍ଦିରାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ କି ସେ ତାଙ୍କୁ ଜେଲ ପଠାଇବେ । ସେ ନିଜ କ୍ୟାରିୟର ଏବଂ କାମକୁ ସମସ୍ୟାରେ ପକାଇ ସେହି ଜିଦ କରିଥିଲେ ଯେଉଁଥିରେ ସେ ବିଶ୍ବାସ କରିଥିଲେ । ଏହା ସାହସ ଏମିତି ଏକ ପାଦ ଥିଲା ଯାହା ଏକ ଆଜ୍ଞାର ଅବହେଳାର ଜିଦ ଥିଲା । "

photo-1

ଅନ୍ୟପଟେ ଶେଖର ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି କଥାର ଆଲୋଚନା କରାଯାଇଛି ଯେ ଦେବ ଆନନ୍ଦ ଜରୁରୀ କାଳୀନ ପରିସ୍ଥିତିର ବିରୋଧ କରିଥିଲେ । ଦେବ ଆନନ୍ଦ ସେହି ସମୟରେ ସକ୍ରିୟ ହୋଇ ନିର୍ବାଚନର ଅଭିଯାନ କରିଥିଲେ । ଆଉ ଏକ ପାର୍ଟିର ଗଠନ ମଧ୍ୟ କରିଥିଲେ, ଯାହାର ନାମ ସେ ନେସନାଲ ପାର୍ଟି ଅଫ ଇଣ୍ଡିଆ ରଖିଥିଲେ । ପରେ ସେ ଏହି ପାର୍ଟିକୁ ଛାଡି ଦେଇଥିଲେ ।

ପିଏମ ମୋଦି ଟ୍ବିଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଜରୁରୀ କାଳୀନ ପରିସ୍ଥିତିର ନିନ୍ଦା କରିବା ସହ କହିଛନ୍ତି କି ଦେଶରେ ଜରୁରୀ କାଳୀନ ପରିସ୍ଥିତି କେତେ ଭୟାବହ ଥିଲା ।

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.