ETV Bharat / sitara

ଶିଳ୍ପାଙ୍କ ସୋରେ ନଜର ଆସିବେ ଶେହନାଜ, ଭିଡିଓ ଭାଇରାଲ୍‌

ଫିଲ୍ମ ମିର୍ଚିରେ ଶିଳ୍ପା ସେଟ୍ଟୀଙ୍କ ପ୍ରଥମ ଅତିଥି ଭାବରେ ଶେହନାଜ ଗିଲଙ୍କୁ ଦେଖିବାକୁ ମିଳିବ। ଏହି ସୋ ମାଧ୍ୟମରେ ଉଭୟ ସେମାନଙ୍କ ଜୀବନର ଭଲ ଏବଂ ଖରାପ ସ୍ମୃତିକୁ ସେୟାର କରିବେ। ଅଧିକ ପଢନ୍ତୁ

ଶିଳ୍ପାଙ୍କ ସୋରେ ନଜର ଆସିବେ ଶେହନାଜ, ଭିଡିଓ ଭାଇରାଲ୍‌
ଶିଳ୍ପାଙ୍କ ସୋରେ ନଜର ଆସିବେ ଶେହନାଜ, ଭିଡିଓ ଭାଇରାଲ୍‌
author img

By

Published : Feb 8, 2022, 8:50 PM IST

ହାଇଦ୍ରାବାଦ: ଫିଲ୍ମ ମିର୍ଚିରେ ଶିଳ୍ପା ସେଟ୍ଟୀଙ୍କ ପ୍ରଥମ ଅତିଥି ଭାବରେ ଶେହନାଜ ଗିଲଙ୍କୁ ଦେଖିବାକୁ ମିଳିବ । ସୋ’ର ସେଟରେ ଏହି ତାରକାଙ୍କୁ ମିଡିଆ କ୍ୟାମେରାରେ କଏଦ କରିଥିଲା ​​। ଗଣମାଧ୍ୟମ ସାମ୍ନାରେ ପୋଜ୍ ଦେଉଥିବାବେଳେ ଏହି ଦୁଇ ସୁନ୍ଦରୀ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି ।

ଗତ କିଛି ଦିନ ତଳେ ଉଭୟ ଅଭିନେତ୍ରୀ ସେମାନଙ୍କ ଜୀବନର ସବୁଠାରୁ ଖରାପ ସମୟ ସାମ୍ନା କରିଥିଲେ । ଯେଉଁଠାରେ ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ଏକଲା ପଡିଯାଇଥିଲେ ଏବଂ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲକୁ ଯିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଉଭୟ ଅଭିନେତ୍ରୀଙ୍କୁ ଏହି ଚାଟ୍‌ ସୋ'ରେ ସେମାନଙ୍କ ଜୀବନର ଭଲ ଏବଂ ଖରାପ ସ୍ମୃତିର କାହାଣୀ ସେୟାର କରୁଥିବା ଦେଖିବାକୁ ମିଳିବ।

ଏହି ସୋରେ ତାହିରା କଶ୍ୟପ (Tahira Kashyap) ମଧ୍ୟ ଶିଳ୍ପା ସେଟ୍ଟୀଙ୍କ ଅତିଥି ଭାବରେ ନଜର ଆସିବେ । ଗଣମାଧ୍ୟମ ସାମ୍ନାରେ ଏହି ଅଭିନେତ୍ରୀଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ଦେଖିବାକୁ ମିଳିଥିଲା ​​। ସେଟରେ ଶେହନାଜ କଳା ଲୁକରେ ଦେଖାଦେଇଥିବାବେଳେ ଶିଳ୍ପାଙ୍କୁ କମଳା ଲୁକରେ ଦେଖିବାକୁ ମିଳିଥିଲା ​​। ତାହିରା କଶ୍ୟପ ମଧ୍ୟ ସୁନ୍ଦର ଦେଖାଯାଉଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.