ETV Bharat / sitara

ସିଦ୍ଧାର୍ଥଙ୍କ ମୃତ୍ୟୁର ମାସେ ପରେ ସେଟକୁ ଫେରିଲେ ସେହନାଜ

ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁର ୧ ମାସ ପରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ସେହନାଜ ଗିଲ୍‌ । ସେ ସିଦ୍ଧାର୍ଥଙ୍କୁ ଖୁବ ପସନ୍ଦ କରୁଥିବା ବେଳେ ଉଭୟ ରିଲେସନରେ ଥିବା ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସେହନାଜ । ଅଧିକ ପଢନ୍ତୁ...

author img

By

Published : Oct 8, 2021, 5:48 PM IST

ସିଦ୍ଧାର୍ଥଙ୍କ ମୃତ୍ୟୁର ମାସେ ପରେ ସେଟକୁ ଫେରିଲେ ସେହନାଜ
ସିଦ୍ଧାର୍ଥଙ୍କ ମୃତ୍ୟୁର ମାସେ ପରେ ସେଟକୁ ଫେରିଲେ ସେହନାଜ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ କଥିତ ଗର୍ଲଫ୍ରେଣ୍ଡ ତଥା ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ଅଭିନେତ୍ରୀ ସେହନାଜ ଗିଲ । ଏହି ବଡ଼ ଦୁଃଖରୁ ନିଜକୁ ସମ୍ଭାଳିବା ପାଇଁ ପ୍ରାୟ ୧ ମାସ ସମୟ ନେବା ପରେ ଶେଷରେ କର୍ମକ୍ଷେତ୍ରକୁ ପୁଣି ଫେରିଛନ୍ତି ଚୁଲବୁଲି ସେହନାଜ । ସିଦ୍ଧାର୍ଥଙ୍କ ମୃତ୍ୟୁ ବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ନଜରକୁ ଆସିଥିଲା । ମାତ୍ର ସେ ବହୁ ସମୟ ପରେ ସୁଟିଂସେଟକୁ ଫେରିବା ପରେ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଖୁସି ଜାହିର କରିଛନ୍ତି ।

ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସମୟରେ ସେହନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସେ ଖୁବ ଜୋରରେ କାନ୍ଦୁଥିବା ମଧ୍ୟ ନଜରକୁ ଆସିଥିଲା । ସେହନାଜଙ୍କ ଅବସ୍ଥା ଦେଖି ବହୁ ସେଲିବ୍ରିଟି ନିଜର ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ବଡ଼ କଥା ହେଉଛି ସେ ନିଜ ଅତୀତକୁ ଭୁଲି ପୁଣି ସୁଟିଂ ସେଟକୁ ଫେରିଛନ୍ତି । ସେହନାଜ ଏକ ପଞ୍ଜାବୀ ଫିଲ୍ମ 'ହୌଁସଲା ରଖ୍‌'ରେ ଅଭିନେତା ଦିଲଜିତ ଦୋସାଂଝାଙ୍କ ସହିତ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଖୁବଶୀଘ୍ର ପରଦାକୁ ଆସିବ । ସେହନାଜ ଖୁବଶୀଘ୍ର କାମକୁ ଫେରିବେ ବୋଲି ଫିଲ୍ମର ପ୍ରଯୋଜକ ତଥା ଦିଲଜିତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେହନାଜ ସୁଟିଂ ସେଟକୁ ଫେରିବା ପରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟି ଫିଲ୍ମର ପ୍ରମୋସନ ଭିଡ଼ିଓ । ଯେଉଁଥିରେ ଦିଲଜିତ ଓ ସୋନମ ଫିଲ୍ମର ଏକ ଭାଗର ସିନ-ରିକ୍ରିଏଟ କରିଛନ୍ତି । ଏଥିରେ ସେହନାଜ ଏକ ପୋଲକା ଡଟ୍ସ ଡ୍ରେସ ସହିତ ବ୍ଲାକ ବୁଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ସେପଟେ ସେହନାଜ ଅଭିନୟ ଜଗତକୁ ଫେରିବା ପରେ ଫ୍ୟାନ୍ସମାନେ ବେଶ ଖୁସି ଜାହିର କରିଛନ୍ତି । ଅନେକ ତାଙ୍କୁ ଦୃଢ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଥିବା ମଧ୍ୟ ନଜରକୁ ଆସିଛି । ସମୟ ଯେପରି ଆସିଲେ କାହିଁକି ନା ଆମକୁ ଆଗକୁ ବଢିବାକୁ ପଡ଼ିବ ବୋଲି ମଧ୍ୟ କିଛି ଫ୍ୟାନ୍ସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.