ହାଇଦ୍ରାବାଦ: ଷ୍ଟାରକିଡ୍ସ ଲଞ୍ଚ ପାଇଁ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଜଣାଶୁଣା । ବର୍ତ୍ତମାନ ଗୁରୁବାର ଦିନ କରଣ ଜୋହର ବଲିଉଡରେ ତିନୋଟି ନୂଆ ଚେହେରା ଲଞ୍ଚ କରିଛନ୍ତି। କରଣ ଜୋହର ତାଙ୍କର ନୂଆ ଚଳଚ୍ଚିତ୍ର 'ବେଧଡକ' ଘୋଷଣା କରିଛନ୍ତି। ଷ୍ଟାର୍ କିଡ୍ ଶନୟା କପୁର ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଶନୟା କପୁର ଅଭିନେତା ସଞ୍ଜୟ କପୁରଙ୍କ ଝିଅ । ସଞ୍ଜୟ କପୁର ଅଭିନେତା ଅନିଲ କପୁରଙ୍କ ସାନଭାଇ। ତେବେ କରଣ ଜୋହର ପୂର୍ବରୁ ହିଁ ଏହାର ଲଞ୍ଚିଂ ଘୋଷଣା କରିସାରିଥିଲେ ।
ବୁଧବାର କରଣ ଜୋହର ଏକ ପୋଷ୍ଟରେ କହିଛନ୍ତି ଯେ, ସେ ବଲିଉଡରେ ତିନୋଟି ନୂଆ ଚେହେରା ଲଞ୍ଚ କରିବାକୁ ଯାଉଛନ୍ତି । ଏଥି ସହିତ ଗୁରୁବାର ଦିନ କରଣ ଏହି ତିନି ଜଣ ନ୍ୟୁକମରଙ୍କ ଉପରୁ ପରଦା ଉଠାଇଛନ୍ତି । କରଣ ଜୋହର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ବେଧଡକ' ଘୋଷଣା କରିଛନ୍ତି, ଯେଉଁଥିରେ ଶନୟା କପୁର 'ନିମରିତ' ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିବେ। ଏଥିସହିତ ଗୁରଫତେହ ପିରଜାଦାଙ୍କୁ 'ଅଙ୍ଗଦ' ଏବଂ ଅଭିନେତା ଲକ୍ଷ୍ମୀ ଲାଲୱାନୀଙ୍କୁ 'କରଣ' ଭୂମିକାରେ ଦେଖିବାକୁ ମିଳିବ ।
- " class="align-text-top noRightClick twitterSection" data="
">
କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖେତାନ। ଏହି ଚଳଚ୍ଚିତ୍ରକୁ ହିରୁ ୟଶ ଜୋହର, କରଣ ଜୋହର, ଅପୂର୍ବା ମେହେଟ୍ଟା ଏବଂ ଶଶାଙ୍କ ଖେତାନଙ୍କ ଦ୍ବାରା ମିଳିତ ଭାବେ ନିର୍ମିତ । ଉଲ୍ଲେଖନୀୟ ଯେ, ଶନୟା କପୁର ଫିଲ୍ମ ପରଦାରୁ ଦୂରରେ ରହି ମଧ୍ୟ ଚର୍ଚ୍ଚାରେ ଥିଲେ । ଶନୟା କପୁର ଜାନଭୀ କପୁରଙ୍କ ଫିଲ୍ମ 'ଗୁଞ୍ଜନ ସକ୍ସସେନା: ଦ କାର୍ଗିଲ ଗର୍ଲ'ରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ