ETV Bharat / sitara

ଶ୍ରଦ୍ଧାଙ୍କୁ ସୁଟିଂ ଆରମ୍ଭ କରିବାକୁ ଅନୁମତି ଦେବେନି ଶକ୍ତି - ମୁଁ ଶ୍ରଦ୍ଧାଙ୍କୁ କାମ ଆରମ୍ଭ କରିବାକୁ ଅନୁମତି ଦେବି ନାହିଁ

ବର୍ତ୍ତମାନ ବଲିଉଡ ନିର୍ମାତାଙ୍କ ସୁଟିଂ ଆରମ୍ଭ କରିବାକୁ ନେଇ ନିଷ୍ପତ୍ତିରେ ଖୁସି ନୁହଁନ୍ତି ଅଭିନେତା ଶକ୍ତି କପୁର । ଶକ୍ତି କପୁର ତାଙ୍କ ଝିଅ ଶ୍ରଦ୍ଧା କପୁରଙ୍କୁ ତାଙ୍କ ଅବଶିଷ୍ଟ ପ୍ରୋଜେକ୍ଟ ଗୁଡ଼ିକରେ ତୁରନ୍ତ କାମ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି । ଅଧିକ ପଢନ୍ତୁ...

shakti kapoor will not allow shraddha to resume work
ମୁଁ ଶ୍ରଦ୍ଧାଙ୍କୁ କାମ ଆରମ୍ଭ କରିବାକୁ ଅନୁମତି ଦେବି ନାହିଁ: ଶକ୍ତି କପୁର
author img

By

Published : Jun 12, 2020, 4:55 PM IST

ମୁମ୍ବାଇ: କଡା ନିର୍ଦ୍ଦେଶନାମା ସହିତ ବଲିଉଡ ନିର୍ମାତାମାନେ ସେମାନଙ୍କ ଅବଶିଷ୍ଟ ପ୍ରୋଜେକ୍ଟର ସୁଟିଂ ଶେଷ କରିବାକୁ ନିଷ୍ପତ୍ତି ନେଉଛନ୍ତି । ବର୍ତ୍ତମାନ ବଲିଉଡ ନିର୍ମାତାଙ୍କ ସୁଟିଂ ଆରମ୍ଭ କରିବାକୁ ନେଇ ନିଷ୍ପତ୍ତିରେ ଖୁସି ନୁହଁନ୍ତି ଅଭିନେତା ଶକ୍ତି କପୁର ।

ନିକଟରେ ଏକ ସାକ୍ଷାତକାରରେ ଶକ୍ତି କହିଛନ୍ତି, ମୁଁ ବର୍ତ୍ତମାନ କାମ ପାଇଁ ବାହାରକୁ ଯିବି ନାହିଁ କିମ୍ବା ମୋ ଝିଅ ଶ୍ରଦ୍ଧାଙ୍କୁ ପୁନର୍ବାର ତୁରନ୍ତ କାମ ଆରମ୍ଭ କରିବାକୁ ଅନୁମତି ଦେବି ନାହିଁ । ମତେ ଲାଗୁଛି ଏପଯ୍ୟନ୍ତ ମହାମାରୀର ସମସ୍ୟା ସମାପ୍ତ ହୋଇ ନାହିଁ । ମୁଁ ମୋର ପିଲାମାନଙ୍କୁ ବର୍ତ୍ତମାନ ବାହାରକୁ ଯିବାକୁ ଦେବି ନାହିଁ ।

ମୁଁ ଜାଣେ କାମ ଆବଶ୍ୟକ କିନ୍ତୁ କାହାର ଜୀବନର ମୂଲ୍ୟ ତା ଠାରୁ ଅଧିକ । ଯଦି ଲୋକମାନେ ବର୍ତ୍ତମାନ ଶୁଟିଂ ଆରମ୍ଭ କରନ୍ତି, ତେବେ ମୁଁ ବହୁତ ଅସ୍ତ ବ୍ୟସ୍ତ ହୋଇଯିବି । ଆମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମୁଁ କହିଛି ଯେ ଡାକ୍ତରଖାନାରେ ବିଲ୍ ଦେବା ଅପେକ୍ଷା ଆମକୁ ଭଲ ସମୟର ଅପେକ୍ଷା କରିବାକୁ ପଡିବ । ବାହାରେ ଏବେ ବି ଅନେକ ବିପଦ ରହିଛି । ସବୁ କିଛି ଠିକ ହୋଇଗଲେ କାମ ଆରମ୍ଭ କରିବ ।

ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ସୁଟିଂ କରିବାକୁ ଚାହୁଁଥିବା ନିର୍ମାତାଙ୍କୁ ଅନୁମତି ଦେଇଛନ୍ତି । ତଥାପି, କିଛି ଗାଇଡଲାଇନ ସହିତ ଅନେକ ଜିନିଷର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ଅଟେ । ଫିଲ୍ମ ଫେଡେରେଶନର ଚ୍ୟାୟାରମ୍ୟାନ ଅଶୋକ ଦୁବେ ଗଣମାଧ୍ୟମକୁ କହିଛନ୍ତି ଯେ ଜୁଲାଇ ପୂର୍ବରୁ ଶୁଟିଂ ଆରମ୍ଭ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.