ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ୍ ଏବଂ ଅଭିନେତ୍ରୀ କାଜୋଲଙ୍କ ଅଭିନୀତ ଫିଲ୍ମ ‘କଭି ଖୁସି କଭି ଗମ୍’ରେ ତାଙ୍କ ପୁଅଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜିବ୍ରାନ୍ ଖାନଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
- " class="align-text-top noRightClick twitterSection" data="
">
ଶୁକ୍ରବାର ଶାହରୁଖଙ୍କ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିବା ଜିବ୍ରାନ ନିଜ ଜନ୍ମଦିନ ସେଲିବ୍ରେଟ୍ କରିଥିଲେ । ଫିଲ୍ମରେ ସେ କୃଷ ନାମକ ଭୂମିକାରେ ଅଭିନୟ କରିଥିଲେ ।
ଜିବ୍ରାନ୍ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ଏବଂ ତାଙ୍କର ପାଖାପାଖି ୧ଲକ୍ଷ ୪୦ହଜାର ଫଲୋଅର୍ସ ଅଛନ୍ତି ।
ଏକ ସାକ୍ଷାତକାରରେ ଜିବ୍ରାନ୍ କହିଥିଲେ ଯେ, ସେ ଏକ ଭଲ ଭୂମିକାରେ ଅଭିନୟ କରିବାର ସନ୍ଧାନରେ ଅଛନ୍ତି । ସେ କିଛି ଫିଲ୍ମର ଅଡିସନ ଦେଇଥିଲେ ଏବଂ ରଣବୀର-ଆଲିୟା ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ରରେ ସେ ଆସିଷ୍ଟାଣ୍ଟ ଭାବେ କାମ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଶୁକ୍ରବାର ଜନ୍ମଦିନ ଅବସରରେ ସେ ନିଜର କିଛି ଫଟୋ ସେୟାର କରି ଲେଖିଥିଲେ,‘ସେ ଆଉ କୌଣସି ସ୍ଥାନରେ ରହିପାରିବେ ନାହିଁ,ତାଙ୍କ ନାଁର ଦିନ । ହାପି ବାର୍ଥଡେ ଟୁ ମି ’।
ପ୍ରକାଶ ଥାଉ ଯେ, ଅନେକ କମ୍ ଲୋକ ଜାଣିଛନ୍ତି ଯେ ଜିବ୍ରାନ ବଲିଉଡ ଅଭିନେତା ଫିରୋଜ ଖାନଙ୍କ ପୁଅ । ସେ ପ୍ରଥମେ ବିଜ୍ଞାପନରେ କାମ କରିଥିଲେ ଏବଂ ତା’ପରେ ଫିଲ୍ମରେ ଆସିଥିଲେ । କିନ୍ତୁ ସେ କେବେ ଅଭିନେତା ଭାବେ ଫିଲ୍ମ ଜଗତରେ ପାଦ ଥାପିବେ ତାହା ଏଯାଏଁ କହିନାହାଁନ୍ତି ।