ମୁମ୍ବାଇ: ବି-ଟାଉନର ରୋମାନ୍ସ କିଙ୍ଗ ଶାହରୁଖ ଖାନଙ୍କ ଟଲିଉଡରେ ଏଣ୍ଟ୍ରିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହାସହ ଶୁଣିବାକୁ ମିଳୁଛି ଯେ ସେ ଫିଲ୍ମରେ ଅଭିନେତା ନୁହେଁ ବରଂ ଜଣେ ଭିଲେନ ଜରିଆରେ ପଦାର୍ପଣ କରିବେ । ଫିଲ୍ମର ମୁଖ୍ୟ ଅଭିନେତା ସୁପରଷ୍ଟାର ବିଜୟ ଥାଲାପତି ରହିବେ । ଫ୍ୟାନ୍ସ ଏହା ଶୁଣି ବିଶ୍ବାସ କରି ପାରୁନାହାଁନ୍ତି କି ଶାହରୁଖ ବାସ୍ତବରେ ସାଉଥ ଫିଲ୍ମରେ ଡେବ୍ୟୁ କରିବେ ।
ସେ ତେଲୁଗୁ ଫିଲ୍ମ 'ଥାଲାପତି-63'ରେ ଅତିଥି କଳାକାର ରୂପେ ନଜର ଆସିପାରନ୍ତି । ଯେଉଁଥିରେ ସେ ଭିଲେନ ଭୂମିକାରେ ଦେଖାଯିବେ । ତେବେ ଶାହରୁଖଙ୍କ ଅଭିନୀତ ସିନ୍ ଫିଲ୍ମରେ କ୍ଲାଇମେକ୍ସରେ ଦେଖିବାକୁ ମିଳିବ । ପାଖାପାଖି 15 ମିନିଟ ପର୍ଯ୍ୟନ୍ତ ସେ ନେଗେଟିଭ ରୋଲରେ ଅଭିନୟ କରିବେ ।
ଏହି 15 ମିନିଟ ରୋଲରେ ଶାହରୁଖ, ବିଜୟଙ୍କ ସହ ଫାଇଟ୍ କରୁଥିବା ମଧ୍ୟ ନଜର ଆସିବେ । ଶାହରୁଖଙ୍କୁ ଏହି ରୋଲ ଅଫର ହେବାର କାରଣ ହେଲା କି ଏହି ଫିଲ୍ମ ମେକର୍ସଙ୍କୁ ନେଗେଟିଭ ରୋଲ ପାଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଡ ଷ୍ଟାରଡମଙ୍କ ଚେହେରାର ଆବଶ୍ୟକ ଥିଲା । ଯେବେ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାର, ଶାହରୁଖଙ୍କୁ ଏହି ରୋଲ ଅଫର କଲେ ତେବେ ସେ କିଛି ସର୍ତ ରଖି ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ।