ETV Bharat / sitara

ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କଲେ ସେହନାଜଙ୍କ ପିତା

ଗତ 19 ତାରିଖରେ ସେହନାଜ ଗିଲଙ୍କ ପିତାଙ୍କ ନାମରେ ରୁଜୁ ହୋଇଥିଲା ଦୁଷ୍କର୍ମ ଅଭିଯୋଗ । ଏବେ ନିଜକୁ ନିର୍ଦ୍ଦୋଷ କହିଛନ୍ତି ସେ।

ଫଟୋ ସୌଜନ୍ୟ: ଇନଷ୍ଟାେଗ୍ରାମ@ସେହନାଜ ଗିଲ
ଫଟୋ ସୌଜନ୍ୟ: ଇନଷ୍ଟାେଗ୍ରାମ@ସେହନାଜ ଗିଲ
author img

By

Published : May 23, 2020, 11:09 AM IST

ଚଣ୍ଡିଗଡ: ପଞ୍ଜାବ ଅଭିନେତ୍ରୀ, ଗାୟିକା ତଥା ବିଗ ବସ 13ର ଫାଇନାଲିଷ୍ଟ ସେହନାଜ ଗିଲଙ୍କ ପିତା ସନ୍ତୋଖ ସିଂ ସୁଖଙ୍କ କିଛି ଦିନ ହେବ ଚର୍ଚ୍ଚାରେ। ନିକଟରେ ତାଙ୍କ ଉପରେ ଜଣେ ସ୍ଥାନୀୟ ମହିଳା ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ। ଯାହାପରେ ତାଙ୍କ ନାମରେ ଏଫଆରଆଇ ରୁଜୁ କରିଥିଲା ପୋଲିସ। ଏହି ମାମଲାରେ ଏବେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ରାଜନେତା ସନ୍ତୋଖ ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣା ସମୟରେ ସେ ନିଜ ଘରେ ଥିଲେ। ତାଙ୍କ ଘର ସିସିଟିଭି ଫୁଟେଜରୁ ଏହା ସାବ୍ୟସ୍ତ ହେଉଛି ଯେ ସେ ସତ କହୁଛନ୍ତି।

ସିଟିଟିଭ ଫୁଟେଜ ସମସ୍ତଙ୍କୁ ଜଣାଇଦେବ ଯେ ସେ ନିର୍ଦ୍ଦୋଷ । ଆଉ ଯେଉଁଠାରେ ଦୁଷ୍କର୍ମ ଘଟଣା ଘଟିଥିଲା ସେଠାରେ ମଧ୍ୟ ଅନେକ ସିସିଟିଭି ଅଛି। ଯାହା ତାଙ୍କୁ ଏହି ଅଭିଯୋଗରୁ ବଞ୍ଚାଇବ ବୋଲି କହିଛନ୍ତି ସନ୍ତୋଖ।

ପ୍ରକାଶ ଥାଉକି 40 ବର୍ଷିୟ ଜଣେ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗରେ ପଞ୍ଜାବ ପୋଲିସ ସନ୍ତୋଖଙ୍କ ନାମରେ ମାମଲା ରୁଜୁ କରିଛି । ଜଲନ୍ଦରର ପୀଡିତା ଦାବି କରିଛନ୍ତି ଯେ ତାଙ୍କୁ ବନ୍ଧୁକ ଦେଖାଇ ସନ୍ତୋଖ ଦୁଷ୍କର୍ମ କରିଥିଲେ । ଏହି ମାମଲାଟି ଗତ 19 ତାରିଖରେ ଅମୃତସରର ଜିଲ୍ଲାର ବ୍ୟାସର ଏକ ପୋଲିସ ଷ୍ଟେସନରେ ରୁଜୁ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.