ମୁମ୍ବାଇ: ଅଭିନେତା ଶାହିଦ କପୁର 2017ରେ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ସହ ପ୍ରଥମଥର ସ୍କ୍ରିନ ସେୟାର କରିଥିଲେ । ଏହାସହ ଏହି ଫିଲ୍ମରେ ଦୁଇଜଣଙ୍କ ଅନେକ ଇଣ୍ଟିମେଟ ସିନ ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମ ରିଲିଜର ଦୁଇ ବର୍ଷ ପରେ ଏବେ ଇଣ୍ଟିମେଣ୍ଟ ସିନକୁ ନେଇ ମୁହଁ ଖୋଲିଛନ୍ତି ଶାହିଦ ।
- " class="align-text-top noRightClick twitterSection" data="
">
ନିକଟରେ ଶାହିଦ ନିଜର ବହୁ ଚର୍ଚ୍ଚିତ ଫିଲ୍ମ 'କବୀର ସିଂହ'ର କୋ-ଷ୍ଟାର କିୟାରା ଆଡୱାନୀଙ୍କ ସହ ନେହା ଧୂପିୟାଙ୍କ ଟକ ଶୋରେ ପହଞ୍ଚିଥିଲେ । ଶୋ BFF's with vogueରେ ନେହା ତାଙ୍କୁ ପ୍ରଶ୍ନ ପଚାରିଥିଲେ । ନେହାଙ୍କ ପ୍ରଥମ ପ୍ରଶ୍ନ ଥିଲା କି ଫିଲ୍ମ 'ରଙ୍ଗୁନ'ରେ କଙ୍ଗନାଙ୍କ ସହ ତାଙ୍କ କିସିଂ ସିନର କିପରି ଏକ୍ସପିରିୟନ୍ସ ରହିଥିଲା । ଏହାର ଜବାବରେ ଶାହିଦ କହିଥିଲେ ତୁମେ ହଠାତ୍ ଏପରି ପ୍ରଶ୍ନ ପଚାରିଦେଲେ ଯେ କିଛି ମନେ ପଡୁନାହିଁ ।
ସେ ଆହୁରି କହିଥିଲେ କି ଏହା ବହୁତ ଜଲ୍ଜବାଜି ପ୍ରଶ୍ନ । କଙ୍ଗନାଙ୍କ ସହ କିସିଂ ସିନର ରାଣ୍ଡମ ମେମୋରିଜ ମଧ୍ୟ ଅଛି । କାରଣ କାଦୁଅରେ କିସିଂ ସିନ ଥିଲା ତେଣୁ ମେମୋରିଜ ମଧ୍ୟ କାଦୁଅ ଭଳି । ପ୍ରକାଶ ଥାଉକି 'ରଙ୍ଗୁନ' ଫିଲ୍ମରେ ଶାହିଦ ଓ କଙ୍ଗନା କାଦୁଅରେ କିସିଂ ସିନ କରି ଚର୍ଚ୍ଚାରେ ଆସିଥିଲେ ।