ETV Bharat / sitara

ମେ 13ରେ 'କବୀର ସିଂ'ର ଟେଲର ରିଲିଜ

ଶାହିଦ କପୁରଙ୍କ ଅଭିନିତ ଫିଲ୍ମ କବୀର ସିଂ ମେ 13ରେ ରିଲିଜ ହେବାକୁ ଯାଉଛି । ଏହାର ଖୁଲାସା କରିଛନ୍ତି ନିଜେ ଶାହିଦ । ଏହାସହ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ।

author img

By

Published : May 8, 2019, 11:54 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଶାହିଦ କପୁରଙ୍କ ଆଗାମୀ ଫିଲ୍ମର ଟେଲର ରିଲିଜ ତାରିଖ ଘୋଷଣା କରିଯାଇଛି । ଏହା ସହ ଫିଲ୍ମର ନୂଆ ପୋଷ୍ଟର ରିଲିଜ ମଧ୍ୟ କରାଯାଇଛି । ମେ 13’ ରେ କବୀର ସିଂର ଟେଲର ରିଲିଜ ହେବ । ନିଜ ଟ୍ବିଟର ହାଣ୍ଡେଲରେ ପୋଷ୍ଟର ସେୟାର କରିଛନ୍ତି ଶାହିଦ କପୁର ।

kabir singh
ଫଟୋ ସୌଜନ୍ୟ: ଏ ଏନ ଆଇ

ପୋଷ୍ଟରରେ ଶାହିଦଙ୍କ ଇନଟେନ୍ସ ଲୁକ ଦେଖିବାକୁ ମିଳିଛି । ଗୋଲ୍ଡେନ ଫ୍ରେମ ସନଗ୍ଲାସ ସହ ଭି-ନେକ ଟି-ସର୍ଟରେ ରାଉଡି ଲୁକ ଦେଇଛନ୍ତି ଶାହିଦ । ଶାହିଦଙ୍କ ସହ କିୟାରା ଆଡଭାନିଙ୍କୁ ମଧ୍ୟ ପୋଷ୍ଟରରେ ଦେଖିବାକୁ ମିଳିଛି ।

ଫିଲ୍ମଟି ତେଲୁଗୁ ଫିଲ୍ମ 'ଅର୍ଜୁନ ରେଡ୍ଡି'ର ହିନ୍ଦି ରିମେକ । ତେବେ ଶାହିଦ ଏଥିରେ ମୁଖ୍ୟ ଭୁମିକାରେ ନଜର ଆସିବେ ଓ କିୟାରାକୁ ଶାହିଦଙ୍କ ଅପୋଜିଟରେ ଦେଖିବାକୁ ମିଳିବ । ତେବେ ଅର୍ଜୁନ ରେଡ୍ଡିରେ ମୁଖ୍ୟ ଭୁମିକାରେ ଥିଲେ ବିଜୟ ଦେଭରକୋଣ୍ଡା ଓ ଶାଲିନି ପାଣ୍ଡେ । 'କବୀର ସିଂ' ର ଟିଜର ରିଲିଜ ପରେ ଶାହିଦଙ୍କ ଲୁକକୁ କାଫି ପସନ୍ଦ କରିଥିଲେ ବିଜୟ ।

ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ରେଡ୍ଡି ଭଙ୍ଗା ଓ ପ୍ରଯୋଜନା ଦେଇଛନ୍ତି ଭୁଷଣ କୁମାର, ମୁରାଦ ଖେତାନି, କ୍ରିଷ୍ଣା କୁମାର ଓ ଅଶ୍ବିନି ଭାର୍ଦେ । ଫିଲ୍ମଟି ଜୁନ 21ରେ ପରଦାକୁ ଆସିବ ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.