ETV Bharat / sitara

କିପରି ଶାକାହାରୀ ହେଲେ ଶାହିଦ, ଜାଣନ୍ତୁ...

ଫ୍ୟାନ୍ସଙ୍କୁ ନିଜ ବିଷୟରେ ଖାସ୍ କଥା ଜଣାଇଲେ ଶାହିଦ କପୁର । ଏଥର ସେ ନିଜ ପସନ୍ଦୀୟ ଖାଦ୍ୟ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
author img

By

Published : May 19, 2020, 9:47 PM IST

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ବଲିଉଡର ରୋମାଣ୍ଟିକ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ସୁପରଡୁପର ହିଟ୍ ଫିଲ୍ମ ‘କବୀର ସିଂ’ ସଫଳତାର ଅନେକ ରେକର୍ଡ ଭାଙ୍ଗିଥିଲା । ଶାହିଦ ବଲିଉଡ ଡେବ୍ୟୁ ଅଭିନେତ୍ରୀ ଅମୃତା ରାଓଙ୍କ ସହ ଫିଲ୍ମ ‘ଇସ୍କ ଭିସ୍କ’ରୁ ଆରମ୍ଭ କରିଥିଲେ। ଏହାପରେ ଏହି ଯୋଡି ଆଉ ଦୁଇ, ତିନୋଟି ଫିଲ୍ମରେ ଏକାଠି ନଜର ଆସିଥିଲେ । ଏହି ଲକଡାଉନ ସମୟରେ ଶାହିଦଙ୍କୁ ନେଇ ଅନେକ ଜିନିଷ ଶୁଣିବାକୁ ମିଳୁଛି । ଏବେ ଜଣାପଡିଛି ଯେ ସେ ଶାକାହାରୀ କିପରି ହେଲେ । ତେବେ ଆସନ୍ତୁ ଜାଣିବା...

ଶାହିଦ ନିକଟରେ ଇନଷ୍ଟାଗ୍ରାମର ଏକ ସେଶନରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ଯେ ସେ ଏକ ବହି ‘ଲାଇଫ ଇଜ ଫେୟାର’ ପଢି ନିଜକୁ ଶାକାହାରୀ କରିଥିଲେ । ଯାହା ତାଙ୍କୁ ପଢିବା ପାଇଁ ତାଙ୍କ ପିତା ଦେଇଥିଲେ । ଏହି ବହିର ପ୍ରଭାବ ତାଙ୍କ ଉପରେ ଏତେ ପଡିଥିଲା ଯେ ସେ ଶାକାହାରୀ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ନିରାମିଷ ଖାଦ୍ୟରେ ସେ ରାଜମା-ଭାତ ଖାଇବାକୁ ଖୁବ୍ ପସନ୍ଦ କରନ୍ତି ।

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତେବେ ସେ ଖୁବଶୀଘ୍ର ‘ଜର୍ସି’ରେ ନଜର ଆସିବେ । ଏହା ତେଲୁଗୁ ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ଯାହାର ସୁଟିଂ ବର୍ତ୍ତମାନ ଲକଡାଉନ ପାଇଁ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.