ହାଇଦ୍ରାବାଦ: ଲୋକପ୍ରିୟ ଟିଭି ଅଭିନେତା ଶାହିର ଶେଖଙ୍କ ପିତାଙ୍କର ଦେହାନ୍ତ ହୋଇଛି। ନିକଟରେ ଶାହିର ଶେଖ ଟ୍ବିଟର ମାଧ୍ୟମରେ ଜଣାଇଥିଲେ ତାଙ୍କ ପିତା କୋରୋନାରେ ସଂକ୍ରମିତ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ପିତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଶାହିର ଶେଖ ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ ।
-
My dad is on a ventilator, suffering from a severe covid infection… pls keep him in your prayers ..🙏🏻🙏🏻🙏🏻 pic.twitter.com/z83Y6tigMs
— Shaheer Sheikh (@Shaheer_S) January 18, 2022 " class="align-text-top noRightClick twitterSection" data="
">My dad is on a ventilator, suffering from a severe covid infection… pls keep him in your prayers ..🙏🏻🙏🏻🙏🏻 pic.twitter.com/z83Y6tigMs
— Shaheer Sheikh (@Shaheer_S) January 18, 2022My dad is on a ventilator, suffering from a severe covid infection… pls keep him in your prayers ..🙏🏻🙏🏻🙏🏻 pic.twitter.com/z83Y6tigMs
— Shaheer Sheikh (@Shaheer_S) January 18, 2022
କିନ୍ତୁ ବର୍ତ୍ତମାନ ଶାହିର ଶେଖଙ୍କ ପିତା ଆଉ ନାହାଁନ୍ତି। ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି (Shaheer Sheikh father passes away)। ତାଙ୍କ ବନ୍ଧୁ ତଥା ଅଭିନେତା ଅଲି ଗୋନି ଟ୍ବିଟରରେ ଏହି ସୂଚନା ଦେଇଛନ୍ତି। ଅଲି ଗୋନି ଏକ ଟୁଇଟ୍ କରି ଶାହିରଙ୍କ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
-
Inna Lillahi wa inna ilayhi raji'un 🙏🏼 May Allah rest uncle’s soul in peace bhai @Shaheer_S stay strong bhai ❤️
— Aly Goni (@AlyGoni) January 19, 2022 " class="align-text-top noRightClick twitterSection" data="
">Inna Lillahi wa inna ilayhi raji'un 🙏🏼 May Allah rest uncle’s soul in peace bhai @Shaheer_S stay strong bhai ❤️
— Aly Goni (@AlyGoni) January 19, 2022Inna Lillahi wa inna ilayhi raji'un 🙏🏼 May Allah rest uncle’s soul in peace bhai @Shaheer_S stay strong bhai ❤️
— Aly Goni (@AlyGoni) January 19, 2022
ଶାହିର ଶେଖଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କୁ ସାହସ ଦେଉଛନ୍ତି ଏବଂ ତାଙ୍କ ପିତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। 18 ଜାନୁଆରୀ ରାତିରେ ଶାହିର ଶେଖ ଟ୍ବିଟ କରି କହିଥିଲେ, 'ମୋ ବାପା ଭେଣ୍ଟିଲେଟରରେ ଅଛନ୍ତି। କୋଭିଡରେ ଗୁରୁତର ଅଛନ୍ତି। ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ