ମୁମ୍ବାଇ: ‘ମୁଁ ବହୁତ ଅସୁନ୍ଦର’, ଏହି ପ୍ରତିକ୍ରିୟା ବି-ଟାଉନର କିଙ୍ଗଖାନ ଶାହରୁଖ ଖାନଙ୍କର ଥିଲା ଯେବେ ସେ ନିଜକୁ ପ୍ରଥମଥର ପରଦାରେ ଦେଖିଥିଲେ । ଆଉ ଅଭିନୟରୁ ବାହାରି ଯିବେ ବୋଲି ଯୋଜନା କରିଥିଲେ । ଆଜି ମଧ୍ୟ ତାଙ୍କ ପାଖରେ ସେହି କଠିନ ସମୟ ଅଛି ଯାହା ତାଙ୍କୁ ଲୋକପ୍ରିୟ କରିଥିଲା । କିନ୍ତୁ ସେ ନିଜକୁ କେବେ ମଧ୍ୟ ଷ୍ଟାର ମାନୁନଥିଲେ।
ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହରୁଖ ବଲିଉଡରେ କ୍ୟାରିୟର ଆରମ୍ଭ ସମୟର ଅନେକ କଥା ସେୟାର କରିଥିଲେ । ଆଉ କହିଥିଲେ ଯେ ସେ କେବେ ମଧ୍ୟ କିଛି ଶୋ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ସେ ଏକ ନିମ୍ନ ମଧ୍ୟବିତ୍ତ ଏବଂ ଅନଥ ପୁଅ ଥିଲେ । ଯିଏ ଗ୍ଲାମର ଦୁନିଆକୁ ଆସିଯାଇଥିଲେ । ଫିଲ୍ମ ଷ୍ଟାର ହୋଇଥିଲେ । ଆଉ ଦୁନିଆ ତାଙ୍କୁ ସ୍ନେହ ଆଉ ପ୍ରେମରେ ବାନ୍ଧି ଦେଇଥିଲା । ଯାହା କେବଳ ସ୍ବପ୍ନରେ ହୁଏ । ସେ କେବେ ମଧ୍ୟ ଭାବିନଥିଲେ ବଲିଉଡର ସୁପରଷ୍ଟାର ହେବେ ବୋଲି ।
ସେ ଷ୍ଟାର ପରି ବ୍ୟବହାର କରନ୍ତି । ଯାହା ତାଙ୍କୁ ଆଦୌ ଭଲ ଲାଗେନାହିଁ । କିନ୍ତୁ ହଁ ସେ ନିଜ କାମକୁ ବହୁତ ପସନ୍ଦ କରନ୍ତି ବୋଲି କହିଥିଲେ । ପ୍ରକାଶ ଥାଉକି ଶାହରୁଖ ନିଜ ଅଭିନୟ କ୍ୟାରିୟ ଛୋଟ ପରଦାରୁ ଆରମ୍ଭ କରିଥିଲେ । 1992ରେ ଆସିଥିବା ଧାରାବାହିକ ‘ଫୌଜି’ ଏବଂ ‘ସର୍କସ’ରେ ନଜର ଆସିଥିଲେ ।
ଯିଏ ଆଜି ବଲିଉଡର ବାଦଶାହ, କିଙ୍ଗଖାନ, କିଙ୍ଗ ଅଫ ରୋମାନ୍ସ ସାଜିଛନ୍ତି । ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ସୁପରଷ୍ଟାର ହୋଇଛନ୍ତି । ସବୁବେଳେ ତାଙ୍କ ଫିଲ୍ମ ଦେଖିବାକୁ ବ୍ୟାକୁଳ ଥାଆନ୍ତି ଦର୍ଶକ ।