ETV Bharat / sitara

ଭାଇଜାନଙ୍କ ଫିଲ୍ମରେ ତଡକା ଲଗାଇବେ କିଙ୍ଗ ଖାନ

ପରଦାରେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ସଲମାନ ଓ ଶାହାରୁଖଙ୍କ ଯୋଡି । ସଲମାନଙ୍କ ଆଗାମୀ ଫିଲ୍ମ 'ଦବଙ୍ଗ-3'ରେ ନଜର ଆସିପାରନ୍ତି ଶାହରୁଖ ।

author img

By

Published : Apr 24, 2019, 2:23 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଯେଉଁଠାରେ ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଭାରତ' ଟ୍ରେଲର ରିଲିଜ ହୋଇଯାଇଛି, ସେହିଠାରେ ସେ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-3'ର ସୁଟିଂରେ ମଧ୍ୟ ଖୁବ୍ ବ୍ୟସ୍ତ ଅଛନ୍ତି । ସୁଟିଂ ଆରମ୍ଭ ହେବା ଦିନଠାରୁ ଫିଲ୍ମ 'ଦବଙ୍ଗ-3'କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏବେ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ସଲମାନ ଓ ଶାହରୁଖ ଖାନଙ୍କ ଫ୍ୟାନ୍ସ ନିହାତି ଖୁସି ହୋଇଯିବେ ।

ଗତବର୍ଷ ରିଲିଜ ହୋଇଥିବା ଶାହରୁଖଙ୍କ ଫିଲ୍ମ 'ଜିରୋ'ରେ ସଲମାନ ଅତିଥି ଅଭିନେତା ରୂପେ କାମ କରିଥିଲେ । ଏବେ ସଲମାନଙ୍କ ଫିଲ୍ମରେ ତଡକା ଲଗାଇବେ ଶାହରୁଖ । ଶୁଣିବାକୁ ମିଳୁଛି 'ଦବଙ୍ଗ-3'ରେ ଶାହରୁଖଙ୍କ ଏଣ୍ଟ୍ରି ପାଇଁ ଭିନ୍ନ ପ୍ଲଟ ତିଆରି କରାଯାଉଛି । ଏଥିରେ କାହାଣୀକୁ ଫ୍ଲାସବ୍ୟାକରେ ଦେଖାଯିବ । ଏହି ଫ୍ଲାସବ୍ୟାକରେ ଶାହରୁଖ ନଜର ଆସିବେ ।

ଏହା ବ୍ୟତୀତ ସଲମାନଙ୍କ ସହ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.