ETV Bharat / sitara

ହିରାନୀଙ୍କ ଆଗାମୀ ଫିଲ୍ମରେ କିଙ୍ଗଖାନ

author img

By

Published : Nov 20, 2019, 9:14 PM IST

ଫେମସ ନିର୍ମାତା ରାଜକୁମାରଙ୍କ ପ୍ରୋଜେକ୍ଟରେ କାମ କରିପାରନ୍ତି ଶାହରୁଖ ଖାନ । ଦର୍ଶକଙ୍କୁ ମିଳିବ ବଡ ସରପ୍ରାଇଜ । ଆଜି ହିରାନୀଙ୍କ ଜନ୍ମଦିନରେ ଏହି ଚର୍ଚ୍ଚା ଜୋର ଧରିଛି ।

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ମାତା ରାଜକୁମାର ହିରାନୀ ନିଜ ଦମଦାର ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ସବୁବେଳେ କିଣିଥାଆନ୍ତି । ଫିଲ୍ମରେ ନୂଆ ନୂଆ ପ୍ରୟାସ କରିବାକୁ ନେଇ ସେ ଚର୍ଚ୍ଚିତ । ଆଜି ଏହି ବିଶିଷ୍ଟ ବ୍ୟକ୍ତିଙ୍କ 57ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକଙ୍କ ପାଇଁ ବଡ ସରପ୍ରାଇଜ ମଧ୍ୟ ରହିଅଛି । ସେ ନିଜର ଅପକମିଂ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ‘ମୁନ୍ନାଭାଇ ଏମବିବିଏସ’, ‘ଥ୍ରି ଇଡିୟଟ୍ସ’, ‘ପିକେ’ ଓ ‘ସଞ୍ଜୁ’ ଭଳି ଶାନଦାର ଫିଲ୍ମ ବଲିଉଡକୁ ଦେଇସାରିଛନ୍ତି ହିରାନୀ ।

ଗତ ବର୍ଷ ରିଲିଜ ହୋଇଥିବା ରଣବୀର କପୁରଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ସଞ୍ଜୁ’ ପରେ ରାଜକୁମାର ଏଯାବତ କୌଣସି ଫିଲ୍ମ ନିର୍ମାଣ କରିନାହାଁନ୍ତି । ଅନ୍ୟପଟେ ସେହିପରି ଶାହରୁଖ ଖାନ ମଧ୍ୟ ‘ଜିରୋ’ ଫିଲ୍ମ ପରେ ଅନ୍ୟ ଫିଲ୍ମରେ ନଜର ଆସିନାହାଁନ୍ତି । କିନ୍ତୁ ଏବେ ଏହି ଯୋଡି ବକ୍ସ ଅଫିସରେ ଧମାଲ କରିବା ପାଇଁ ପ୍ରସ୍ତୁତ । ଚର୍ଚ୍ଚା ଜୋର ଧରିଛି ଯେ ଦୁଇଜଣ ମିଶି ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ।

ପ୍ରକାଶ ଥାଉକି ଶାହରୁଖ ନିଜର ଆଗାମୀ ଫିଲ୍ମ ପାଇଁ ବଲିଉଡର ଅନେକ ମେକର୍ସଙ୍କ ସହ ସାକ୍ଷାତ କରିବାରେ ଲାଗିଛନ୍ତି । ଖାଲି ଏତିକି ନୁହେଁ ସେ ସାଉଥ ଫିଲ୍ମମେକର ଏତଲିଙ୍କ ଆଗାମୀ ପ୍ରୋଜେକ୍ଟରେ ମଧ୍ୟ କାମ କରିବାକୁ ଯାଉଛନ୍ତି । କିନ୍ତୁ ଶାହରୁଖ ପ୍ରଥମେ ରାଜକୁମାରଙ୍କ ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିବେ ।

ରାଜକୁମାର ଓ ଶାହରୁଖ ଦୀର୍ଘ ସମୟରୁ ଏକାଠି କାମ କରିବାକୁ ପ୍ଲାନିଂ କରି ଆସୁଛନ୍ତି । ପୂର୍ବରୁ ‘ମୁନ୍ନା ଭାଇ ଏମବିବିଏସ’ ପାଇଁ ଶାହରୁଖଙ୍କୁ ନେବା ପାଇଁ ପ୍ରୟାସ କରିଥିଲେ ରାଜକୁମାର । କିନ୍ତୁ କିଛି ସମସ୍ୟା ପାଇଁ ସେ ଶାହରୁଖଙ୍କ ପରିବର୍ତ୍ତେ ସଞ୍ଜୟ ଦତ୍ତଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ । ହୁଏତଃ ଦୁଇଜଣଙ୍କ ଯୋଡି ଖୁବଶୀଘ୍ର ଦର୍ଶଙ୍କୁ ଏଣ୍ଟରଟେନ କରିବାରେ ସଫଳ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.