ETV Bharat / sitara

କିଙ୍ଗ ଖାନଙ୍କୁ ମିଳିବ ଡକ୍ଟରେଟ ଉପାଧି - trobe university

ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଥିବା ଭାରତୀୟ ଫିଲ୍ମ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ନଜର ଆସିବେ ଶାହରୁଖ । ଏହାସହ ତାଙ୍କୁ ପୁଣିଥରେ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯିବ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : Jul 16, 2019, 2:45 PM IST

ମେଲବର୍ଣ୍ଣ: ବି-ଟାଉନର ସୁପରଷ୍ଟାର ଶାହରୁଖ ଖାନ ଖୁବ ଶୀଘ୍ର ଡକ୍ଟର ଉପାଧିରେ ଭୂଷିତ ହେବାକୁ ଯାଉଛନ୍ତି । କିଙ୍ଗ ଖାନ ଏଥର କୌଣସି ଫିଲ୍ମ କିମ୍ବା ବିଜ୍ଞାପନ କମ୍ପାନୀ ପାଇଁ ନୁହେଁ ବରଂ ସେ ଏବେ ଠାରୁ ରିୟଲ ଲାଇଫରେ ଡକ୍ଟରେଟ ନାମରେ ଜଣାଯିବେ । ଆଜ୍ଞା ହଁ, ଭାରତୀୟ ସିନେ ଜଗତର ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଦୁନିଆର ପ୍ରତିଷ୍ଠିତ ୟୁନିଭର୍ସିଟି ଡକ୍ଟରେଟ ଡିଗ୍ରୀରେ ସମ୍ମାନିତ କରିବ । ଏହାପରେ ଶାହରୁଖ ଡା. ଶାହରୁଖ ଖାନ ନାମରେ ଜଣାଯିବେ ।

ଶାହରୁଖଙ୍କୁ ନିଜ 'ମିର ଫାଉଣ୍ଡେଶନ' ଜରିଆରେ ଗରିବ ଛୁଆ, ମହିଳାଙ୍କ ସଶକ୍ତିକରଣର ଦିଗରେ ପ୍ରୟାସ କରିବାର ଯୋଗଦାନ ତଥା ଭାରତୀୟ ମନୋରଞ୍ଜନ ଜଗତରେ ନିଜର ଉପଲବ୍ଧି ପାଇଁ ମେଲବର୍ଣ୍ଣରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ମେଲବର୍ଣ୍ଣସ୍ଥିତ ଲା ଟ୍ରୋବ ବିଶ୍ବବିଦ୍ୟାଳୟରେ ତାଙ୍କୁ ସମ୍ମାନିତ କରାଯିବ ।

ସେ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଭାରତୀୟ ଫିଲ୍ମ ମହୋତ୍ସବ (ଆଈଏଫଏଫଏମ)ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ଏହି ଅବସରରେ ସେ କହିଛନ୍ତି କି ମାନବତାର କଲ୍ୟାଣ ପାଇଁ ତାଙ୍କର ପ୍ରୟାସକୁ ଦେଶରେ ପ୍ରଥମଥର ସମ୍ମାନିତ କରାଯିବା । ଯାହା ନେଇ ସେ ଗର୍ବିତ ।

ସେ ବିଶ୍ବବିଦ୍ୟାଳୟ ବୟାନ ବିଷୟରେ କଥା ହୋଇ ସୋମବାର କହିଥିଲେ କି ଲା ଟ୍ରୋବ ବିଶ୍ବବିଦ୍ୟାଳୟ ଭଳି ବଡ ସଂସ୍ଥାନରେ ସମ୍ମାନିତ ହେବାକୁ ଯାଉଥିବାରୁ ସେ ଗୌରବାନ୍ବିତ ଅନୁଭବ କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.