ETV Bharat / sitara

ମେଲବର୍ଣ୍ଣ ଫ୍ୟାନ୍ସଙ୍କ ହୃଦୟ ଜିତିଲେ କିଙ୍ଗ ଖାନ, ଉଠାଇଲେ ସେଲ୍ଫି

ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି ଶାହରୁଖ ଖାନ ଓ କରନ ଜୋହର । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣରେ ଏଥର ଅତିଥି ସାଜିଛନ୍ତି ଉଭୟ ଶାହରୁଖ ଓ କରନ ।

author img

By

Published : Aug 8, 2019, 12:55 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ଖୁବଶୀଘ୍ର ଆଉ ଏକ ଉପାଧିରେ ସମ୍ମାନିତ ହେବାକୁ ଯାଉଛନ୍ତି ରୋମାନ୍ସ କିଙ୍ଗ ଶାହରୁଖ ଖାନ । ତାଙ୍କୁ ଲା ଟ୍ରୋବେ ୟୁନିର୍ଭସିଟିରେ (La Trobe University) ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯିବ । ଯେଉଁଥି ପାଇଁ ଗତକାଲି ସେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ସେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣରେ ଅତିଥି ରୂପେ ଯୋଗ ଦେବେ । ଶାହରୁଖଙ୍କୁ ଏହି ଉପାଧି ଅଭିନୟ କ୍ଷେତ୍ରରେ ତାଙ୍କ ଯୋଗଦାନ, ମହିଳାଙ୍କ ସଶକ୍ତିକରଣ ଏବଂ ପିଲାଙ୍କ ପାଇଁ ଭାରତୀୟ ସିନେମାରେ କାମ କରିଥିବାରୁ ମିଳିବ ।

ଇତିମଧ୍ୟରେ ଇଣ୍ଟରନେଟରେ ତାଙ୍କୁ ମେଲବର୍ଣ୍ଣ ଫ୍ୟାନ୍ସଙ୍କ ସହ ଦେଖିବାକୁ ମିଳୁଛି । ସେ କାରରୁ ଓହ୍ଲାଇ ନିଜ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଇଥିଲେ । ଶାହୁରଖ ସବୁଥର ପରି ଏଥର ମଧ୍ୟ ବ୍ଲାକ ଆଉଫିଟରେ ଖୁବ ହ୍ୟାଣ୍ଡାସମ ଦେଖାଯାଇଛନ୍ତି ।

ଅନ୍ୟପଟେ ଶାହରୁଖଙ୍କ ସହ ଫେମସ ଫିଲ୍ମ ନିର୍ମାତା କରନ ଜୋହର ମଧ୍ୟ ଚଳିତ ବର୍ଷ ମେଲବର୍ଣ୍ଣରେ ଆୟୋଜିତ ହେବାକୁ ଯାଉଥିବା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଅତିଥି ରୂପେ ନଜର ଆସିବେ । ସେ ମଧ୍ୟ ଶାହରୁଖଙ୍କ ସହ ମେଲବର୍ଣ୍ଣ ଏୟାରପୋର୍ଟରେ ନଜର ଆସିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.