ETV Bharat / sitara

ଏକାଠି ହେବେ ରାଜକୁମାର ଓ ଶାହରୁଖ!

'ସଞ୍ଜୁ' ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଶାହରୁଖ ଖାନ । ଯାହା ନେଇ ଚାଲିଛି ଚର୍ଚ୍ଚା ।

author img

By

Published : Jul 22, 2019, 2:01 PM IST

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର କିଙ୍ଗ ଖାନ ଶାହରୁଖ ଖାନଙ୍କ ଯାଦୁ କିଛି ବର୍ଷ ହେବ ଫିକା ପଡିଯାଇଛି । ଯେଉଁଠାରେ ବଲିଉଡର ଆଉ ଦୁଇ ଖାନ ଆମୀର ଖାନ ଓ ସଲମାନ ଖାନଙ୍କ ଫିଲ୍ମର ଚାହିଦା ବଢିବାରେ ଲାଗିଛି, ସେହିଠାରେ କିନ୍ତୁ ଶାହରୁଖ ପଛରେ ରହିଯାଇଛନ୍ତି । ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ଫିଲ୍ମ 'ଜିରୋ' ଫ୍ଲପ ହେବା ପରେ ସେ ଏଯାବତ ଅନ୍ୟ କୌଣସି ପ୍ରୋଜେକ୍ଟରେ ନଜର ଆସିନାହାଁନ୍ତି । ଆଉ ନିକଟରେ ଏକ ସାକ୍ଷାତକାରରେ କହିଥିଲେ କି ସେ ଭଲ ସ୍କ୍ରିପ୍ଟ ପାଇଲେ ନିହାତି କାମ କରିବେ ।

ଏବେ ଲାଗୁଛି ତାଙ୍କ ଫ୍ୟାନ୍ସ ଖୁବଶୀଘ୍ର ତାଙ୍କୁ ବଡ ପରଦାରେ ଦେଖିବେ । କାରଣ ବର୍ତ୍ତମାନ ଖବର ଜୋର ଧରିଛି ଯେ ଶାହରୁଖ ଜଲଦି ବଡ ଫିଲ୍ମ ସହ କମବ୍ୟାକ କରିବେ । ସବୁଠାରୁ ବଡ କଥା ହେଲା କି ସେ ଏଥର ଲୋକପ୍ରିୟ ନିର୍ମାତା ରାଜକୁମାର ହିରାନୀଙ୍କ ଫିଲ୍ମରେ କାମ କରିବେ ।

ନିକଟରେ ଏହି ଦୁଇଜଣଙ୍କ ଆଗାମୀ ପ୍ରୋଜେକ୍ଟ ସ୍କ୍ରିପ୍ଟ ଉପରେ ଆଲୋଚନା କରିଥିଲେ । ଆଉ ଶାହରୁଖ ମଧ୍ୟ ସ୍କ୍ରିପ୍ଟ ପଢିସାରିଲେଣି, ଯାହା ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଛି ।

ଖାଲି ଏତିକି ନୁହେଁ ସେ ରାଜକୁମାରଙ୍କ ଫିଲ୍ମରେ ସାଇନ କରିସାରିଲେଣି ବୋଲି ଖବର ଶୁଣିବାକୁ ମିଳୁଛି । କିନ୍ତୁ ଦୁଇଜଣ ଫିଲ୍ମକୁ ନେଇ ଏଯାବତ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି ।

ଯଦି ଏହି ଖବର ବାସ୍ତବ ରୂପ ନେଉଛି, ତେବେ ଶାହରୁଖଙ୍କ ପାଇଁ ରାଜକୁମାରଙ୍କ ଫିଲ୍ମରେ କାମ କରିବା ଗେମଚେଞ୍ଜର ଭଳି ସାବ୍ୟସ୍ତ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.