ETV Bharat / sitara

ଫରହାନଙ୍କ ବିବାହ ପାର୍ଟିରେ ଯୋଗ ଦେଇନଥିଲେ କିଙ୍ଗଖାନ୍, ଜାଣନ୍ତୁ କାରଣ

ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ଫେବୃଆରୀ 19ରେ ପରିବାର, ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଧୁମଧାମରେ ବିବାହ କରିଥିଲେ। ଅନେକ ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ, କିନ୍ତୁ କିଙ୍ଗ ଖାନଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳି ନଥିଲା । ବର୍ତ୍ତମାନ ଏହାର କାରଣ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଫରହାନଙ୍କ ବିବାହରେ ଯୋଗ ଦେଇନଥିଲେ ଶାହରୁଖ
ଫରହାନଙ୍କ ବିବାହରେ ଯୋଗ ଦେଇନଥିଲେ ଶାହରୁଖ
author img

By

Published : Feb 26, 2022, 3:17 PM IST

ହାଇଦ୍ରାବାଦ: ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ଫେବୃଆରୀ 19ରେ ପରିବାର, ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଧୁମଧାମରେ ବିବାହ କରିଥିଲେ। ଏହି ଖୁସିରେ ସେମାନେ ତାଙ୍କର ଖାସ୍‌ ବନ୍ଧୁ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଅନେକ ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ । ଏପରିକି ବଲିଉଡର 'ବାଦଶାହ' ଶାହାରୁଖ ଖାନଙ୍କ ପୁରା ପରିବାର ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିଲେ । କିନ୍ତୁ 'କିଙ୍ଗ ଖାନ'ଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳି ନଥିଲା। ଏହି ପାର୍ଟିରେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଅପେକ୍ଷା କରିଥିଲେ, କିନ୍ତୁ ସେ ଆସିନଥିଲେ । ତେବେ ଶାହରୁଖ ଫରହାନଙ୍କ ବିବାହରେ କାହିଁକି ଯୋଗ ଦେଇନଥିଲେ ବର୍ତ୍ତମାନ ଏହାର କାରଣ ସାମ୍ନାକୁ ଆସିଛି ।

ଫରହାନ୍-ଶିବାନୀ ନିକଟରେ ନିର୍ମାତା ରିତେଶ ସିଦ୍ଧୱାନୀଙ୍କ ଆପାର୍ଟମେଣ୍ଟରେ ଏକ ବଡ଼ ବିବାହ ଭୋଜି ରଖିଥିଲେ । ଫିଲ୍ମ ଦୁନିଆର ଅନେକ ତାରକା ଫରାହ ଖାନ, ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ସେମାନଙ୍କର ପୁରା ପରିବାର କରୀନା କପୁର ଖାନ, କରିସ୍ମା କପୁର, ମଲାଇକା ଆରୋରା, ଅମୃତା ଆରୋରା ଏବଂ ଅର୍ଜୁନ ରାମପାଲ, ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ, ଝିଅ ସୁହାନା ଖାନ ଏବଂ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଏହି ବିବାହ ଭୋଜିରେ ପହଞ୍ଚିଥିଲେ ।

ଖବର ଅନୁଯାୟୀ, ଶାହାରୁଖ ଖାନ ଏହି ପାର୍ଟିରେ ଯୋଗ ଦେଇନଥିବାର କାରଣ ସେ ସର୍ବସାଧାରଣଙ୍କ ଉପସ୍ଥିତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁଯାୟୀ, ଶାହାରୁଖ ତାଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଧରା ପଡ଼ିବା ପରଠାରୁ ଗଣମାଧ୍ୟମଠାରୁ ଦୂରରେ ରହିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.