ହାଇଦ୍ରାବାଦ: ନିକଟରେ ସଲମାନଙ୍କ ଫିଲ୍ମ ‘ଇନଶାଲ୍ହା’କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ବନ୍ଦ ହେବା ଓ ସଲମାନଙ୍କ ରିପ୍ଲେସମେଣ୍ଟ କଥା ଜୋରସୋରରେ ଚାଲିଥିବା ବେଳେ କିଙ୍ଗଖାନ ଶାହାରୁଖ, ସଲମାନଙ୍କ ବଦଳରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା ମାତ୍ର ସମସ୍ତ ରହସ୍ୟ ଉପରୁ ପରଦା ଉଠିଛି ।
ଶାହାରୁଖ ଟ୍ବିଟ କରି କୌଣସି ଫିଲ୍ମ ସାଇନ କରିନଥିବା ବୋଲି କହିଛନ୍ତି । ‘ଜିରୋ’ ଫିଲ୍ମର ବିଫଳତା ପରେ ସିଲଭର ସ୍କ୍ରିନରେ ଶାହାରୁଖଙ୍କୁ ଦେଖିବାକୁ ମିଳୁନଥିବା ବେଳେ ୱେବ ସିରିଜ ‘ବାର୍ଡ ଅଫ ବ୍ଲଡ’ରେ ପ୍ରଯୋଜକ ଭାବରେ ଏଣ୍ଟ୍ରି ମାରିଛନ୍ତି କିଙ୍ଗଖାନ ।