ମୁମ୍ବାଇ: ବି-ଟାଉନର ରୋମାନ୍ସ କିଙ୍ଗ ସେହି ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଯିଏ ସୁଯୋଗ ପାଇବା ମାତ୍ରେ ନିଜ ପରିବାର ସହ ସମୟ ବିତାଇବାରେ ଲାଗିପଡିଥାଆନ୍ତି । ଏହାସହ ଶାହରୁଖ ନିଜ ବିଜି ସିଡ୍ୟୁଲରେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ନିଜ ଫ୍ୟାମିଲ ସହ ବିତାଇଥିବା କିଛି ମୂଲ୍ୟବାନ ସମୟର ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ଦେଖାଯାଇଥାଆନ୍ତି ।
- View this post on Instagram
‘You never really understand your personality, unless you have a Mini Me who acts the same way’
">
ଇତିମଧ୍ୟରେ ସେ ନିଜ ସାନ ପୁଅ ଅବ୍ରାମଙ୍କ ସହ ଟ୍ବିଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି, "You never really understand your personality, unless you have a Mini Me who acts the same way."
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶାହରୁଖ ଟ୍ବିଟର ଜରିଆରେ ଫ୍ୟାନ୍ସଙ୍କୁ କହିଛନ୍ତି କି ଅବ୍ରାମ ପୁରା ତାଙ୍କ ଅବିକଳ । କାରଣ ଅବ୍ରାମ ତାଙ୍କ ପରି ସବୁ ଜିନିଷକୁ ଦେଖୁଛନ୍ତି ଏବଂ ତାଙ୍କ ପରି ବ୍ୟବହାର ମଧ୍ୟ କରୁଛନ୍ତି । ଅବ୍ରାମ ହେଉଛନ୍ତି ମିନି ଶାହରୁଖ ବୋଲି ମଧ୍ୟ ସେ କହିଛନ୍ତି । ଏହାପୂର୍ବରୁ ଶାହରୁଖ ବଡ ପୁଅ ଆର୍ୟନଙ୍କୁ ମଧ୍ୟ ନିଜ ପରି କହିଥିଲେ ।