ETV Bharat / sitara

ଶାହରୁକଙ୍କ ପାଇଁ ଭାବବିହ୍ବଳ କରନ, ସେୟାର କଲେ ଲେଟର

author img

By

Published : Nov 2, 2019, 6:20 PM IST

ସୋସିଆଲ ମିଡିଆରେ ଖାସ୍ ଅନ୍ଦାଜରେ ଶାହରୁଖଙ୍କୁ ବର୍ଥଡେ ୱିଶ କଲେ କରନ ଜୋହର। ସେ ତାଙ୍କୁ କେତେ ପ୍ରେମ କରୁଛନ୍ତି ଏକ ଚିଠିରେ ବଖାଣିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଓ ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ବନ୍ଧୁତା ବିଷୟରେ କହିପାରିବା ଖୁବ୍ କଷ୍ଟ । ଦୁଇଜଣ ଏକାଠି କାମ କରି ବଲିଉଡକୁ ସୁପରହିଟ୍ ଫିଲ୍ମର ଉପହାର ଦେଇସାରିଛନ୍ତି । ଆଜି ମଧ୍ୟ ଦୁଇଜଣଙ୍କ ବନ୍ଧୁତା ଦେଖି ବଲିଉଡରେ ଈର୍ଷା କରନ୍ତି ଅନେକ ସେଲିବ୍ରିଟି । ଦୁଇଜଣ ଏକାଠ ‘କଭି ଖୁସି, କଭି ଗମ’, ‘କଭି ଅଲବିଦା ନା କହନା’, ‘କୁଛ କୁଛ ହୋତା ହେ’ ଏବଂ ‘ମାଇଁ ନେମ ଇଜ ଖାନ’ ଭଳି ଶାନଦାର ଫିଲ୍ମରେ କାମ କରିଛନ୍ତି । ଆଜି ଶାହରୁଖଙ୍କ 53ତମ ଜନ୍ମଦିନ ଏହି ଅବସରରେ କରନ ତାଙ୍କୁ କେତେ ପ୍ରେମ କରୁଛନ୍ତି ବୋଲି ଜଣାଇଛନ୍ତି । କରନ ତାଙ୍କ ପାଇଁ ଏକ ସ୍ପେଶାଲ ଲେଟର ଲେଖି ସରପ୍ରାଇଜ କରିଦେଇଛନ୍ତି ।

ଲେଟରରେ କରନ, ଶାହରୁଖଙ୍କ ପାଇଁ ନିଜର ସବୁ ଭାବନା ବଖାଣିଛନ୍ତି । ‘ହାପି ବର୍ଥଡେ ଭାଇ ଶାହରୁଖ । କିଛି ସମ୍ପର୍କ ବଖାଣିବା ପାଇଁ ଦୁନିଆରେ କୌଣସି ଶବ୍ଦ ଅଛି । ମୁଖ୍ୟତଃ ସେହି ସମ୍ପର୍କ ଯେଉଁଥିରେ ଅଧିକ ନିରବତା ଥାଏ । ତୁମେ ସବୁବେଳେ ମୋ ଜୀବନରେ ପ୍ରେରଣାଦାୟକ ରହିଆସୁଛ । ଭାଷଣ ଦେଲା ଭଳି ସେହି ଶିକ୍ଷକ, ଯାହାକୁ ମୁଁ ମୋ ପରିବାର ସଦସ୍ୟ କହିପାରୁଛି । ତୁମ ସହ ମୋର ଜୀବନ ଏବଂ କ୍ୟାରିୟର ଶାନଦାର ଯାତ୍ରା ରହିଅଛି । ଆଉ ଏବେ ବହୁତ କିଛି ଆସିବା ବାକି ଅଛି । ତୁମର ହେବା ପାଇଁ ତୁମକୁ ଧନ୍ୟବାଦ । ଧନ୍ୟବାଦ ମୋ ମା' ଆଉ ସବୁବେଳେ ମୋ ସାଥ ଦେବା ସହ ମୋ ଛୁଆଁ ସାଥ ଦେଉଛ । ମୋ ପିତାଙ୍କ ସବୁଠାରୁ ଭଲ ବନ୍ଧୁ ହେବା ପାଇଁ ଧନ୍ୟବାଦ । ଆଉ ଅଶେଷ ଅଶେଷ ଧନ୍ୟବାଦ ମୋ ବଡ ଭାଇ ସାଜିବା ପାଇଁ’ ବୋଲି ଲେଖିଛନ୍ତି କରନ ।

ସବୁଠାରୁ ମୁଖ୍ୟ କଥା ହେଲା କି କରନ ଲେଟର ଶେଷରେ ଇମୋଶନାଲ ଭରା କ୍ୟାପସନ ଲେଖିଛନ୍ତି, ‘ମୁଁ ତୁମଙ୍କୁ ଏତେ ପ୍ରେମ କରୁଛି ଯେ ତୁମେ କେବେ ମଧ୍ୟ ଏହା ଜାଣିପାରିବ ନାହିଁ ।’ କରନ ଏହି ଲେଟରକୁ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ ତାଙ୍କ ଏହି ଲେଟର ଉପରେ ଅନେକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

---------- Forwarded message ---------
From: BADSAH JUSMAN KUMAR RANA <badsahjusmankumar.rana@etvbharat.com>
Date: Sun, Apr 28, 2019, 7:35 AM
Subject: Script
To: Odia Desk <odiadesk@etvbharat.com>
Cc: SARADHA LAHANGIR <sarada.lahangir@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>

Slug..Elephant rescued
Format.AVo
Reporter.Badsah jusman Rana
Dt ..28.4.19
Place.Sambalpur

Anchor..ସମ୍ବଲପୁର ସଦର ରେଞ୍ଜ  ଯୁଜୁମୁରା ବ୍ଲକ ଅନ୍ତର୍ଗତ ବସିଆପଡା କୁମରେ ଜଙ୍ଗଲ ଭିତରେ ଏକ ଖାଲରୁ ହାତୀ ଉଦ୍ଧାର। ଗତ ଏକମାସ ଧରି ସମ୍ବଲପୁର ଜ଼ୀଲ୍ଳାର ବିଭିନ୍ନ ଅଂଚଳରେ 24ଟି ହାତୀ ଘୁରି ବୁଲୁଥିବା ଦେଖା ଯାଉଥିଲା। ଏହି ହାତୀ ପୋଲ ରେ 4ଟି ଛୁଆ ହାତୀ ମଧ୍ୟ ରହିଛନ୍ତି। ଯୁଜୁମୁରା  ଅଂଚଳର ଗୋଟିଏ ଜଙ୍ଗଲ ରୁ ବାହାରି ଧମା ଅଞ୍ଚଳ କୁ ଯିବା ସମୟରେ  ହାତୀ ମାନେ ବାଟରେ ପାଣି ପିଇଥିଲେ। ହେଲେ ଅନ୍ଧାର ଥିବାରୁ ଏକ ହାତୀ ଛୁଆଟି  ଖାଲ ଭିତରେ ପଡ଼ିଯାଇଥିଲା। ଛୁଆ ହାତୀଟିକୁ ଉଠାଇବା ପାଇଁ ମାଈ ହାତୀ ଚେଷ୍ଟା କରିଥିଲେ ହେଲେ ସେ ମଧ୍ୟ ଖାଲ ରେ ରହିଯାଇଥିଲା। ଖବର ପାଇ ସମ୍ବଲପୁର ସଦର ରେଞ୍ଜର ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଦୁଇଟି ହାତୀକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେଲା ପରେ ହାତୀ ଟି ରାଗିଯାଇ ଦୁଇଟି ଗାଡ଼ି ଭାଙ୍ଗିଦେଥିବା ଜଣାପଡ଼ିଛି। ଏହି ହାତୀ ପଲ ଦୀର୍ଘ ଦିନ ହେବ ଏହି ଅଂଚଳରେ ରହି ଆତଙ୍କ ସୃଷ୍ଟି କରିଥିଲେ, ଅନେକ  ଘର ଓ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.