ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମି ଫିଲ୍ମ କିରିବା ସହ ସାମାଜିକ କାର୍ଯ୍ୟରେ ମଧ୍ୟ ସବୁବେଳେ ସକ୍ରିୟ ରହିଥାନ୍ତି । ଶବାନା ଓ ସ୍ବାମୀ ତଥା ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ବଲିଉଡରେ ସେହି କପଲଙ୍କ ମଧ୍ୟରେ ସାମିଲ ଯିଏ, ସାମାଜିକ ପ୍ରସଙ୍ଗ ଉପରେ ମନ ଖୋଲି ନିଜର ପକ୍ଷ ରଖିଥାନ୍ତି ।
ଶବାନା ଏହି ସମୟରେ ନିଜର ଆଗାମୀ ଫିଲ୍ମର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ସେ ମଜାକ ଅନ୍ଦାଜରେ ଟ୍ବିଟ କରିଥିଲେ କି 40 ଡିଗ୍ରୀ ତାପମାତ୍ରାରେ ସୁଟିଂ କରୁଛନ୍ତି । ଏହି ସ୍ଥାନର ଚାରିପାଖରେ କେବେଳ ମାଛି ବୁଲୁଛନ୍ତି । କରନ ଜୋହର ଓ ମନୀଷ ମାଲହୋତ୍ରା କାହିଁକି କେଜାଣି ତାଙ୍କୁ ପାହଡ ମଧ୍ୟକୁ ନେଇଯାଉନାହାଁନ୍ତି । ଯେଉଁଠାରେ ତାଙ୍କୁ ହଳଦୀଆ ରଙ୍ଗର ସିଫନ ଶାଢୀ ପିନ୍ଧିବାକୁ ସୁଯୋଗ ମିଳିବ । କେଶ ଧଳା ହୋଇଗଲା ତ କଣ ହେଲା ହୃୟଦ ଏବେ ମଧ୍ୟ କଳା ଅଛି । ଏହି ଟ୍ବିଟକୁ ସେ ସ୍ବାମୀ ଜାଭେଦଙ୍କୁ ଟ୍ୟାଗ କରିଛନ୍ତି ।
ତାଙ୍କର ଏହି ଟ୍ବିଟ ପରେ ଜଣେ ୟୁଜର ଲେଖିଛନ୍ତି, "ସତ କହିବାକୁ କଲେ ହୃଦୟ ଓ ସ୍ବର କଳା ହୋଇସାରିଛି ।" ସେହିପିରି ଆଉ ଜଣେ ଲେଖିଛନ୍ତି, "ଧନ୍ୟବାଦ, ଏହି କଥାକୁ ଆପଣ ସ୍ବୀକାର କଲେ କି ହୃଦୟ କଳା ବୋଲି ।"
"ଦେଶକୁ ଭାଙ୍ଗୁଥିବା ମଣିଷର ହୃଦୟ କେବେ ଧଳା ହୋଇପାରିବ ନାହିଁ" ବୋଲି ଲେଖିଛନ୍ତି ଆଉ ଜଣେ ୟୁଜର । ଏହିପିରି ଅନେକ ଅପମାନଜନକ କମେଣ୍ଟ କରି ଶବାନାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ ।