ମୁମ୍ବାଇ: 'ପିଏମ ନରେନ୍ଦ୍ର ମୋଦି ବାୟୋପିକ'କୁ ନେଇ କଣ୍ଟ୍ରୋଭର୍ସି ଦେଖିବାକୁ ମିଳୁଛି । କେବେ ଏହି ବୟୋପିକ ଟ୍ରେଲରକୁ ନେଇ ଚର୍ଚ୍ଚା ତ ଆଉ କେବେ ପୋଷ୍ଟରକୁ ନେଇ । ଗତ ତିନି ଦିନ ପୂର୍ବରୁ ଫିଲ୍ମଲିରିକ୍ସ କ୍ରେଡିଟରେ ନିଜ ନାମ ଦେଖି ବିଶିଷ୍ଟ ସଙ୍ଗୀତକାର ଜାଭେଦ ଅଖତର ଆଶ୍ଚର୍ଯ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ଏନେଇ ସେ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହି ଫିଲ୍ମ ପାଇଁ ସେ କୌଣସି ଗୀତ ଲେଖି ନଥିବା ବେଳେତାଙ୍କ ନାମ ପୋଷ୍ଟରରେ ଥିବା ନେଇ ସେ ପ୍ରଶ୍ନ କରିଥିଲେ।
ଅନ୍ୟପଟେ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ 'ପିଏମ ନରେନ୍ଦ୍ର ମୋଦି' ବାୟୋପିକକୁ ନେଇ ଆପତ୍ତି କରିଛନ୍ତି । ଖାଲି ଏତିକି ନୁହେଁ ସେ ଫିଲ୍ମକୁ ନେଇପ୍ରଶ୍ନ ମଧ୍ୟ ଉଠାଇଛନ୍ତି ।
ଏହି ଫିଲ୍ମଜରିଆରେ ଲୋକଙ୍କୁ ଭ୍ରମିତ କରାଯାଇଛି ଏବଂ ଜନସାଧାରଣଙ୍କୁ ମାନିବାକୁ ବାଧ୍ୟ କରାଯାଇଛି ଯେ ଜାଭେଦ 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଯେଉଁଠାରେ 'ଇଶ୍ବର ଅଲ୍ଲାହ ତେରେ' ଗୀତଟିକୁ ଦୀପା ମହେତାଙ୍କ ଫିଲ୍ମ '1947 ଅର୍ଥ'ରୁ ନିଆଯାଇଛି ।
ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତଏହି ଫିଲ୍ମ ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି ।