ETV Bharat / sitara

ଟ୍ବିଟରରେ ଶବାନା ଓ ସମ୍ବିତ ପାତ୍ରାଙ୍କ ବାକ୍ ଯୁଦ୍ଧ

ପୁଣି ସୋସିଆଲ ମିଡିଆରେ ସେଲିବ୍ରିଟି ଓ ନେତାଙ୍କ ମଧ୍ୟରେ ଆରମ୍ଭ ହେଲା ବାକ୍ ଯୁଦ୍ଧ । ଏଥର ଏହି କ୍ରମରେ ସାମିଲ ହୋଇଛନ୍ତି ଶବାନା ଆଜମୀ ଓ ସମ୍ବିତ ପାତ୍ରା ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 20, 2020, 7:57 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ସବୁବେଳେ ଟ୍ବିଟରରେ ଆକ୍ଟଭି ରୁହନ୍ତି । ସେ ସାମାଜିକ ପ୍ରସଙ୍ଗଠୁ ନେଇ ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ରଖିବାକୁ କେବେ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏବେ ସେ ନିଜର ଆଉ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ। ନିକଟରେ କରିଥିବା ଟ୍ବିଟରେ ଦୁଇଟି ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଛୋଟ ପିଲା ନିଜ କୋଳରେ ଆଉ ଏକ ଛୁଆକୁ ଧରିବସିଥିଲା ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ

ଏହାକୁ ସେୟାର କରି ସେ ଟ୍ବିଟ କରି ଲେଖିଥିଲେ, ‘ହାର୍ଟବ୍ରେକିଂ।’ ବର୍ତ୍ତମାନ ତାଙ୍କର ଏହି ଟ୍ବିଟକୁ ଆଧାର କରି ବିଜେପିର ନେତା ସମ୍ବିତ ପାତ୍ରାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ସମ୍ବିତ ପାତ୍ରା

ସମ୍ବିତ ତାଙ୍କ ଟ୍ବିଟକୁ ରିଟ୍ବିଟ କରିଛନ୍ତି। ଯେଉଁଥିରେ ସେହି ଦୁଇ ଛୁଆ ନଜର ଆସୁଛନ୍ତି । କଥାଟି ହେଲା ଯେ ଏହି ଫଟୋଟିକୁ ସେୟାର କରିଥିବା ୟୁଜର ଜଣାଇଥିଲେ ଏହା ପାକିସ୍ତାନର।

ଆଉ ସମ୍ବିତ ପାକିସ୍ତାନକୁ ଟାର୍ଗେଟ କରି ଟ୍ବିଟରେ ଲେଖିଛନ୍ତି, ‘ଜଟିଳ ପରିସ୍ଥିତିରେ ହୃଦୟ ବିଦାରକ ପ୍ରୋପୋଗଣ୍ଡା ।’ ସେହିପରି ତାଙ୍କ ଟ୍ବିଟର ଜବାବରେ ଶବାନା ଲେଖିଛନ୍ତି, ‘ଏହା ପ୍ରୋପୋଗେଣ୍ଡା କିପରି ? ମୁଁ ତ କେବଳ ହାର୍ଟ ବ୍ରେକିଂ ଶବ୍ଦର ବ୍ୟବହାର କରିଥିଲି।’ ଏତିକିରେ ସମ୍ବିତ ଚୁପ ବସିନଥିଲେ।

ସେ ଏହାର ଜବାବରେ ପୁଣି ଲେଖିଛନ୍ତି, ‘ମ୍ୟାମ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ମୁଁ କେବଳ ପାକିସ୍ତାନର ପ୍ରୋପୋଗେଣ୍ଡାକୁ ହାର୍ଟବ୍ରେକିଂ କହୁଛି । ପାକିସ୍ତାନ କେ ପାସ ଖାନେ କୋ ନେହିଂ ଢେଲା ଚଲା ହେ ବନାନେ ନୟା ପାକିସ୍ତାନ କା ରେଲା । ଆପଣ ନିଜକୁ ଦୋଷୀ ମନେ କରନ୍ତୁ ନାହିଁ।’

ଦୁଇଜଣଙ୍କ ସୋସିଆଲ ମିଡିଆ ବାକ୍ ଦେଖି ବର୍ତ୍ତମାନ ଆଶ୍ଚର୍ଯ୍ୟ ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.