ମୁମ୍ବାଇ: ବର୍ତ୍ତମାନ ପୁରା ଦେଶରେ ନାଗରିକତା ସଂଶୋଧନ ଆଇନ ନିଆଁ ବ୍ୟାପିବାରେ ଲାଗିଛି । ଆଉ ଏଥରେ ଜଳୁଛନ୍ତି ଜନସାଧାରଣ । ଧିରେ ଧିରେ ଏହି ବିରୋଧ ପ୍ରଦର୍ଶନ ହିଂସା ରୂପ ନେବାକୁ ବସିଲାଣି । ସାଧାରଣ ଜନତାଙ୍କଠୁ ନେଇ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଏହି ଆଇନ ଏବଂ ଏହା ବିରୋଧରେ ଚାଲିଥିବା ହିଂସା ପ୍ରଦର୍ଶନ ବିରୋଧରେ ସାମ୍ନାକୁ ଆସିଛନ୍ତୁ । ଇତିମଧ୍ୟରେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧ ପ୍ରଦର୍ଶନର ସମର୍ଥନ କରିଛନ୍ତି ।
ସେ ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି ସରକାର ତାଙ୍କ ସ୍ବର ଚାପିବା ପରିବର୍ତ୍ତେ ଶୁଣନ୍ତୁ ବୋଲି କହିଛନ୍ତି। ଭିଡିଓର ଆରମ୍ଭରେ ଶବାନା, ସ୍ବାମୀ ତଥା ଫେମସ ଲେଖକ ଜାଭେଦ ଅଖତରଙ୍କ କବିତା ଶୁଣାଉଥିବାର ମଧ୍ୟ ନଜର ଆସୁଛନ୍ତି । ଆଉ ଅପିଲ ମଧ୍ୟ କରିଛନ୍ତି ଯେ କୌଣସି ପ୍ରକାରର ହିଂସା ନକରାଯାଉ ।
ସେ ଆଉ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ସେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଠିଆ ହୋଇଛନ୍ତି । ପ୍ରକାଶ ଥାଉକି ଗୁରୁବାର ଅଭିନେତା ଫରହାନ ଅଖତର ଅନେକ ସେଲିବ୍ରିଟିଙ୍କ ସହ ମୁମ୍ବାଇର କ୍ରାନ୍ତି ମୈଦାନରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ବି-ଟାଉନର ଅନେକ କଳାକାର ଧିରେ ଧିରେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେବାରେ ଲାଗିଛନ୍ତି ।