ETV Bharat / sitara

ଲକଡାଉନ ସାଜିଲା କାଳ, ଦୁଃଖ ବଖାଣିଲେ ‘ମହାଭାରତ’ର ଇନ୍ଦ୍ରଦେବ - ଫେମସ ଅଭିନେତା ସତୀଶ କୌଲଙ୍କ ନ୍ୟୁଜ

ଲକଡାଉନର ଛାଟ ପଡିଛି ଫେମସ ଅଭିନେତା ସତୀଶ କୌଲଙ୍କ ଉପରେ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସତୀଶଙ୍କୁ ସାହାଯ୍ୟର ଆବଶ୍ୟକ ରହିଅଛି...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 22, 2020, 7:28 PM IST

ମୁମ୍ବାଇ: କୋରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ଏମିତି ପରିସ୍ଥିତିରେ ଅସୁବିଧାନର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି । ବଡ ବଡ ସେଲିବ୍ରିଟିଙ୍କ ଅପେକ୍ଷା ଲକଡାଉନର ପ୍ରଭାବ ଅଧିକ ଛୋଟ କଳାକାରଙ୍କ ଉପରେ ପଡିଛି। କାରଣ ଧାରାବାହିକର ସୁଟିଂ ବନ୍ଦ ଥିବାରୁ ଆର୍ଥିକ ସମସ୍ୟା ଛୋଟ ପରଦାର କଳାକାରଙ୍କ ଜୀବନରେ ଦେଖାଦେଇଛି।

ଇତିମଧ୍ୟରେ ଅସୁସ୍ଥ ହୋଇପଡିଛନ୍ତି ଲୋକପ୍ରିୟ ଧାରାବାହିକର ‘ମହାଭାରତ’ର ଦେବରାଜ ଇନ୍ଦ୍ର ତଥା ଅଭିନେତା ସତୀଶ କୌଲ । ସେ ଅମିତାଭ ବଚ୍ଚନ ଓ ଦିଲୀପ କୁମାରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ।

300ରୁ ଅଧିକ ପଞ୍ଜାବୀ ଓ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ସତୀଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏକ ସାକ୍ଷାତକାରରେ 73 ବର୍ଷିୟ ଅଭିନେତା ଜଣାଇଥିଲେ ଯେ ସେ ବର୍ତ୍ତମାନ ଲୁଧିୟାନାର ଏକ ଛୋଟ ଭଡା ଘରେ ରହୁଛନ୍ତି। ଏହାପୂର୍ବରୁ ସେ ବୃଦ୍ଧାଶ୍ରମରେ ରହୁଥିଲେ। ଲକଡାଉନ ପାଇଁ ତାଙ୍କ ଅବସ୍ଥା ସୋଚନୀୟ ହୋଇଯାଇଛି।

ଘର ଭଡା ଦେବା, ଔଷଧ ଓ ଆବଶ୍ୟକ ପାଇଁ ଜିନିଷ ପାଇଁ ଟଙ୍କାର ଆବଶ୍ୟକ ଅଛି । ସେ ଆଶା କରୁଛନ୍ତି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆସିବେ ବୋଲି କହିଛନ୍ତି ସେ। ଗୋଟିଏ ଛୋଟ ଘରେ ରହିବାକୁ ବାଧ୍ୟ ହେଉଥିବା ସତୀଶ ସବୁ ମାସରେ 7 ହଜାର 500 ଟଙ୍କା ଘର ଭଡା ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.