ହାଇଦ୍ରାବାଦ: ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ଏବେ ଇମତାଜ ଅଲ୍ଲୀଙ୍କ ହିଟ ଫିଲ୍ମ ‘ଲଭ ଆଜ କଲ’ର ସ୍ବିକେଲ ପାଇଁ ହିମାଞ୍ଚଳପ୍ରଦେଶ ଯାଇଛନ୍ତି । ତେବେ ସୁଟିଂ ବ୍ୟତୀତ ହିମାଞ୍ଚଳର ସୁନ୍ଦରତାକୁ କାଫି ଉପଭୋଗ କରୁଛନ୍ତି ସାରା ଓ କାର୍ତ୍ତିକ ।
ସିମଲା ଟୋପି ପିନ୍ଧି ସିମଲା ମଲ୍ ରୋଡରେ ନଜର ଆସିଛନ୍ତି ଦୁହେଁ । ସୁଟିଂ ପରେ ଅଧିକାଂଶ ସମୟ ଦୁହେଁ ଏକାଠି ବିତାଉଛନ୍ତି । ଏହା ପୂର୍ବରୁ ବି ଦୁହେଁ ସିମଲାରେ ନଜର ଆସିଥିଲେ । ସ୍କାର୍ଫରେ ମୁହଁ ଲୁଚେଇ ବୁଲୁଥିଲେ ଦୁହେଁ । ଫ୍ୟାନ୍ସ ଦେଖିବା ପରେ ସେମାନଙ୍କ ସହ ସେଲ୍ଫି ନେଇଥିଲେ ।
ପ୍ରକାଶଥାଉକି, କାର୍ତ୍ତିକ ଶେଷଥର କୃତି ସାନନଙ୍କ ସହ ଫିଲ୍ମ ‘ଲୁକାଛୁପି’ରେ ନଜର ଆସିଥିଲେ । ଏହାଛଡା ସେ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଅର ଔ’ରେ ନଜର ଆସିବେ । ଏହାବ୍ୟତିତ ସାରା, ବରୁଣ ଧୱନଙ୍କ ସହ ଫିଲ୍ମ କୁଲି ନମ୍ବର-1ର ସ୍ବିକେଲରେ ନଜର ଆସିବେ ।