ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପ୍ରାୟତଃ ଭାଇ ଇବ୍ରାହିମଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି। ହେଲେ ଗୁରୁବାର ଇବ୍ରାହିମଙ୍କ ବର୍ଥଡେରେ ସାରାଙ୍କୁ ଫଟୋ ସେୟାର କରିବା ପଡିଲା ଭାରି। ସେ ନିଜ ମାଳଦ୍ବୀପ ଟ୍ରିପ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେ ଭାଇଙ୍କ ସହ ବିକିନି ପିନ୍ଧିଥିବାର ନଜର ଆସିଥିଲେ । ଏହି ଫଟୋ ପାଇଁ ବର୍ତ୍ତମାନ ସାରାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି।
- " class="align-text-top noRightClick twitterSection" data="
">
ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ହାପି ବର୍ଥଡେ ଭାଇ। ମୁଁ ତୁମକୁ ବହୁତ ଭଲ ପାଉଛି ଆଉ ଆଜି ତୁମକୁ ମିସ ମଧ୍ୟ କରୁଛି । ଆଶା କରୁଛି କାଳେ ମୁଁ ଆଜି ତୁମ ସାଥିରେ ଥାନ୍ତି।’
ଟ୍ରୋଲର୍ସ ଭାଇଙ୍କ ସହ ଏପରି ପୋଷାକ ପିନ୍ଧିଥିବା ପାଇଁ ସାରାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭାଇ ସହ ବିକିନି କେମିତି ପିନ୍ଧୁଛ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ପ୍ରଥମେ ମୁଁ ତୁମ ଅଭିନୀତ ଫିଲ୍ମ ଲଭ ଆଜ କଲରେ ଅଭିନୟ ଦେଖି ଚିନ୍ତିତ ହୋଇଯାଇଥିଲି । ଆଉ ଏବେ ତୁମ ବ୍ୟବହାର ଦେଖି।’
ପ୍ରକାଶ ଥାଉକି ବୁଧବାର ସାରା ନିଜ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ର ସୁଟିଂ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ଧନୁଷ । ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଅତିଥି ଅଭିନେତା ରୂପେ ଅଭିନୟ କରୁଥିବାର ଦେଖାଯିବେ। ଫିଲ୍ମଟି ବନାରସରେ ସୁଟିଂ କରାଯାଉଛି ।