ମୁମ୍ବାଇ: ଏମିତି ଦେଖିବାକୁ ଗଲେ ନିଜ ଠାରୁ ବଡ ଲୋକଙ୍କୁ ଅଙ୍କଲ କିମ୍ବା ଆଣ୍ଟି ଡାକିବାରେ କୌଣସି ଭୁଲ ନଥାଏ । କିନ୍ତୁ ସାରା ଅଲ୍ଲୀ ଖାନ ଅଙ୍କଲ ଡାକି ଫସିଯାଇଛନ୍ତି । ସେ ରୋମାନ୍ସ କିଙ୍ଗ ଶାହରୁଖ ଖାନଙ୍କୁ ଅଙ୍କଲ କହି ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ନିଆଁ ଲଗାଇଦେଇଛନ୍ତି ।
ସାରା ଫିଲ୍ମ ଫେୟାର ଆୱାର୍ଡ ସମୟରେ ଶାହରୁଖଙ୍କୁ ଅଙ୍କଲ କହିଥିଲେ । ଏହାପରେ ଆଉ କଣ ଥିଲା ସାରା ଏମିତି କିଙ୍ଗ ଖାନଙ୍କୁ ଅଙ୍କଲ କହିବା ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନଥିଲା ଏବଂ ସାରାଙ୍କ ଉପରେ ଫ୍ୟାନ୍ସ ଖୁବ୍ ରାଗିଯାଇଥିଲେ ।
ଏବେ ଯେଉଁଠାରେ ଶାହରୁଖଙ୍କ ଫ୍ୟାନ୍ସ ସାରାଙ୍କୁ ଟ୍ରୋଲ କରିବାରେ ଲାଗିଯାଇଥିଲେ । ସେହିଠାରେ ସାରାଙ୍କ ଫ୍ୟାନ୍ସଙ୍କ ମଧ୍ୟ ପଛକୁ ଘୁଞ୍ଚିନଥିଲେ । ସୋସିଆଲ ମିଡିଆରେ ଏହି ଅଙ୍କଲ ଶବ୍ଦ ଚକ୍କରରେ 'ୱାର୍ଡ ୱାର' ଆରମ୍ଭ ହୋଇଯାଇଥିଲା । ନବୀନ ବଗ୍ଗା ନାମକ ଜଣେ ୟୁଜର ଲେଖିଥିଲେ, "ଆସନ୍ତୁ ଦେଖିବା ଶାହରୁଖ, ଅମିତାଭ ବଚ୍ଚନଙ୍କୁ ଅଙ୍କଲ ଡାକିଲେ କେମିତି ଲାଗିବ? ମୁଁ ଏହା କହୁନାହିଁ କି ଅଙ୍କଲ ଡାକିଲେ କାହାର ମଧ୍ୟ ସମ୍ମାନ ଖରାପ ହୋଇଥାଏ । କିନ୍ତୁ ସାର ଡାକିବା ଅଧିକ ଭଲ ହୋଇଥାଏ ।"
ନବୀନଙ୍କ ଟ୍ବିଟରେ ପଞ୍ଜାବ ନାଗରିକ ନାମକ ଜଣେ ୟୁଜର ଲେଖିଥିଲେ, "ଶାହରୁଖ, ଅମିତାଭ ବଚ୍ଚନଙ୍କୁ ଅମିତ ଅଙ୍କଲ ଏବଂ ଜୟା ଆଣ୍ଟି ହିଁ କୁହନ୍ତି । ଆଦିତ୍ୟ ଚୋପ୍ରା ଏବଂ କରନ ଜୋହର ମଧ୍ୟ ଏପରି କହିଥାଆନ୍ତି । ଆପଣଙ୍କ ଆଇଡଲକୁ 50ରୁ ଅଧିକ ବୟସ ହୋଇସାରିଲାଣି । ତେବେ ସେ ଅଙ୍କଲ ।"
ପଞ୍ଜାବ ନାଗରିକ ଆହୁରି ଲେଖିଥିଲେ କି ସାରା, ଶାହରୁଖଙ୍କୁ ଫିଲ୍ମ ଫେୟାରରେ ଅଙ୍କଲ କହିଥିଲେ ଏବଂ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ତେବେ ଆପଣ କୁହନ୍ତି ଜଣେ 23 ବର୍ଷ ଝିଅ 50ରୁ ଅଧିକ ବର୍ଷ ବ୍ୟକ୍ତିକୁ କଣ କହିବେ ଯିଏ ତାଙ୍କ ପିତାଙ୍କ ଠାରୁ ମଧ୍ୟ ବଡ? ପାଗଳ ଫ୍ୟାନ୍ସ ଏହା ସ୍ବୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି କି ତାଙ୍କ ହିରୋ ଏବେ ଏତେ ବଡ ହୋଇସାରିଛନ୍ତି, ଯେ ତାଙ୍କୁ ଅଙ୍କଲ ହିଁ କୁହାଯିବ ।