ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଲାଡଲୀ ସାରା ଅଲ୍ଲୀ ଖାନ ବଲିଉଡରେ ମାତ୍ର ଦୁଇଟି ଫିଲ୍ମରେ ଅଭିନୟ କରି ଟପ୍ ଅଭିନେତ୍ରୀ ହେବାର ସଫଳତା ପାଇଛନ୍ତି । ପ୍ରାୟତଃ ସେ ଫିଲ୍ମ ଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହିଥାନ୍ତି । ଏଥର କିନ୍ତୁ ମାମଲା କିଛି ଭିନ୍ନ । ସୋସିଆଲ ମିଡିଆରେ ସାରାଙ୍କ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ଦେଖି ଫ୍ୟାନ୍ସଙ୍କ ସହ ତାଙ୍କ କଥିତ ବୟଫ୍ରେଣ୍ଡ ଅର୍ଥାତ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କର ମଧ୍ୟ ହୋସ୍ ଉଡିଯାଇଛି ।
କାର୍ତ୍ତିକ ତାଙ୍କ ଫଟୋ ଉପରେ ଏମିତି କମେଣ୍ଟ କରିଦେଇଛନ୍ତି । ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଏତିକି ନୁହେଁ ଭାଇରାଲ ହୋଇଥିବା ସାରାଙ୍କ ଏହି ଫଟୋ ଦେଖି ବିଶ୍ବାସ କରିବା କଷ୍ଟଦାୟକ କି ତାହା ସାରାଙ୍କ ଫଟୋ କି ଆଉ କାହାର ।
କଥାଟି ହେଲା କି ସାରା ମା' ଅମୃତା ସିଂଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ମୋଟା ନଜର ଆସୁଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ଥ୍ରୋବ୍ୟାକ ଫଟୋ ସେହି ସମୟରେ ଯେତେବେଳେ ମତେ ଫୁଙ୍କା ଯାଇପାରୁ ନଥିଲା । ବ୍ୟୁଟ ଇନ ବ୍ଲାକ ।’ ଅନ୍ୟପଟେ ତାଙ୍କ ଫଟୋ ଉପରେ କମେଣ୍ଟ କରି କାର୍ତ୍ତିକ ଲେଖିଛନ୍ତି, ‘ଏହି ଝିଅ ସାରାଙ୍କ ଭଳି ଦେଖାଯାଉଛନ୍ତି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସାରା ଆଜି ବଲିଉଡ ଜନରେଶନରେ ସବୁଠାରୁ ଫିଟ୍ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ଏକଦା ଏମିତି ସମୟ ଥିଲା ଯେବେ ତାଙ୍କ ଶରୀରର ଓଜନ ପାଖାପାଖି 96 କିଲୋର ଥିଲେ । PCOD ନାମକ ରୋଗ ପାଇଁ ସାରାଙ୍କ ଶରୀର ଓଜନ କମିବାର ନାଁ ନେଉନଥିଲା ।