ମୁମ୍ବାଇ: ବର୍ତ୍ତମାନ ହ୍ୟାଣ୍ଡସମ ବରୁଣ ଧୱନ ଓ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର ଆଗାମୀ ଫିଲ୍ମ ‘କୁଲି ନଂ-1’ର ସୁଟିଂରେ ଖୁବ୍ ବ୍ୟସ୍ତ । ପ୍ରଥମଥର ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ବ୍ୟାକୁଳ ଦର୍ଶକ। ବରୁଣଙ୍କ ପିତା ତଥା ଫିଲ୍ମ ନିର୍ମାତା ଡେଭିଡ ଧୱନ ଫିଲ୍ମର ଘୋଷଣା କରିବା ପରଠୁ ଏହା ଚର୍ଚ୍ଚାରେ। ନିକଟରେ ଫିଲ୍ମ ସୁଟିଂ ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ କିନ୍ତୁ ସାରା ଫିଲ୍ମରୁ ବରୁଣଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।
ବର୍ତ୍ତମାନ ଭାଇରାଲ ହେଉଥିବା ଏହି ପୋଷ୍ଟରେ ସାରା ଜଣେ ସାଧାରଣ ଝିଅ ଲୁକରେ ନଜର ଆସୁଥିବା ବେଳେ ବରୁଣ କୁଲି ଅବତାର ଧାରଣ କରିଛନ୍ତି । ମୁଣ୍ଡରେ ଲାଲି ଗାମୁଛା, ଲାଲ୍ କୁର୍ତ୍ତା ଏବଂ ଧଳା ପ୍ୟାଟ ପିନ୍ଧିଥିବାର ଦେଖାଯାଉଛନ୍ତି ବରୁଣ । ଫଟୋଟିକୁ ସେୟାର କରି ସାରା କ୍ୟାପସନରେ ଲେଖିଛନ୍ତି, ‘କୁଲ ଆଣ୍ଡ କୁଲି’ ।
- " class="align-text-top noRightClick twitterSection" data="
">
ବରୁଣ ମଧ୍ୟ ଗତ ମାସରେ ସାରାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ସାରା ଆପଣ ଏତେ ବର୍ଷ କେଉଁଠାରେ ଥିଲ’ । ପ୍ରକାଶ ଥାଉକି ‘କୁଲି ନଂ-1’ ର ସୁଟିଂ ପ୍ରଥମେ ବ୍ୟାଙ୍କକରେ ଆରମ୍ଭ ହୋଇଥିଲା । ଏହାପରେ ଫିଲ୍ମର ସୁଟିଂ ଅଗଷ୍ଟ ମାସରେ ଥାଇଲ୍ୟାଣ୍ଡରେ ହୋଇଥିଲା । ଖାଲି ଏତିକି ନୁହେଁ ସାରାଙ୍କ ବର୍ଥଡେ ମଧ୍ୟ ‘କୁଲି ନଂ-1’ ସେଟରେ ସେଲିବ୍ରେଶନ କରିଥିଲେ ଟିମ।
1995 ଜୁନ 30ରେ ରିଲିଜ ହୋଇଥିବା ଫେମସ ଅଭିନେତା ଗୋବିନ୍ଦା ଓ କରିସ୍ମା କପୁରଙ୍କ ଅଭିନୀତ ‘କୁଲି ନଂ-1’ର ଏହା ରିମେକ ଫିଲ୍ମ । ଯାହାର ନିର୍ମାଣ ଡେଭିଡ କରିଥିଲେ । ପ୍ରଥମଥର ପିତାଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି ବରୁଣ। ଯାହାକୁ ନେଇ ସେ ଖୁବ୍ ଏକ୍ସାଇଟେଡ ଅଛନ୍ତି ବୋଲି ନିକଟରେ କହିଥିଲେ ।