ମୁମ୍ବାଇ: ଲକଡାଉନରେ ଦେଶ । ଏହି ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି । ଏହି ସମୟରେ ଲଭ ଆଜ କଲ 2ର ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।
![sara ali khan question game with mother amrita singh and ebrahim ali khan](https://etvbharatimages.akamaized.net/etvbharat/prod-images/4e7e126466550e594c849b12a9141fed_1704newsroom_1587121133_594.jpg)
ସାରାଙ୍କ ଏହି ଭିଡିଓରେ ସାରାଙ୍କ ମା ଅମୃତା ସିଂ ଏବଂ ଭାଇ ଇବ୍ରାହିମ ଅଲି ଖାନ ଏକ ଗେମ ଖେଳିଛନ୍ତି । ଖେଳ ଖେଳର ସାରାଙ୍କୁ ଘରର ସବୁଠାରୁ ଶକ୍ତିଶାଳୀ କହିଥିଲେ ମାଆ ଓ ଭାଇ । ସାରାଙ୍କ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।
ସାରାଙ୍କ ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ଥିଲା । ଏହି ଗେମ ଖେଳିବାର ଉପାୟ ହେଉଛି ଏକାଠି ବସିଥିବା ଲୋକମାନଙ୍କୁ ସମାନ ପ୍ରଶ୍ନ ପଚରାଯାଏ । ଏହାପରେ ଏକାସହ ଉତ୍ତର ଦିଆଯାଇଥାଏ । ଯେଉଁଥିରେ ଅନେକ ଥର ଉତ୍ତର ମେଳ ହୁଏ ତ ଏବଂ ଅନେକ ଥର ଉତ୍ତର ମେଳ ଖାଏ ନାହିଁ ।
ଏହି ଭିଡିଓରେ ସାରା ଅଲି ଖାନ ଲେଖିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ କଥାରେ ସହମତ ହୋଇପାରିବା "ସିଂ ଇଜ କିଙ୍ଗ" । ସାରାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।
ନିକଟରେ ସାରା କୁଲି ନଂ1 ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ସହ ଅଭିନେତା ବରୁଣ ଧୱନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସାରା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ମୋଟ ତିନୋଟି ଫିଲ୍ମ କରିଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ଥିଲା କେଦାରନାଥ । ଦ୍ୱିତୀୟ ଫିଲ୍ମ ଥିଲା ସିମ୍ବା । ତୃତୀୟ ଫିଲ୍ମ ଥିଲା ଲଭ ଆଜ କଲ 2 ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ