ETV Bharat / sitara

ଡ୍ରଗ୍ସ ଲିଙ୍କ: ଗୋଆରୁ ମୁମ୍ବାଇ ଅଭିମୁଖେ ସାରା, 26 ରେ ଜେରା - ସାରାଙ୍କୁ ଜେରା

ଏନସିବି ଦ୍ୱାରା ତଦନ୍ତରେ ଯୋଗଦେବା ପାଇଁ ସାରା ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଅଭିନେତ୍ରୀ ସେପ୍ଟେମ୍ବର 26 ରେ ମୁମ୍ବାଇରେ ଏଜେନ୍ସି ଆଗରେ ହାଜର ହେବେ । ଅଧିକ ପଢନ୍ତୁ...

Sara Ali Khan leaves for Mumbai from Goa airport to join NCB probe
ସାରାଙ୍କୁ ଜେରା: ଗୋଆରୁ ମୁମ୍ବାଇ ବାହାରିଲେ ଅଭିନେତ୍ରୀ
author img

By

Published : Sep 24, 2020, 4:44 PM IST

ମୁମ୍ବାଇ: ଅଭିନେତ୍ରୀ ସାରା ଅଲି ଖାନ ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଗୁରୁବାର ଅପରାହ୍ନରେ ଗୋଆ ବିମାନ ବନ୍ଦରରେ ସାରା ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା ।

ସାରାଙ୍କୁ ଜେରା: ଗୋଆରୁ ମୁମ୍ବାଇ ବାହାରିଲେ ଅଭିନେତ୍ରୀ

ହଲିଡେରେ ଗୋଆରେ ଥିବା ସାରା ଗୁରୁବାର ଅପରାହ୍ନରେ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି, କାରଣ ତାଙ୍କୁ ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ପଚରାଉଚରା ପାଇଁ ଏନସିବି ଡକାଇଛି ।ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ ଯାଞ୍ଚ ମାମଲାରେ ଏନସିବି ଏହାର ଯାଞ୍ଚକୁ ବ୍ୟାପକ କରି ଦୀପିକା ପାଦୁକୋନ, ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ନିର୍ମାତା ମଧୁ ମଣ୍ଟେନା ଏବଂ ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବିପ୍ରସାଦଙ୍କୁ ମଧ୍ୟ ଡକାଇଛନ୍ତି ।

ସାରା କେଦାରନାଥ ଫିଲ୍ମରେ ସୁଶାନ୍ତଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ଏହାଛଡା ସେ କିଛିଦିନ ପାଇଁ ସୁଶାନ୍ତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଓ ଡ୍ରଗ୍ସ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ । ଏନସିବି ପୂର୍ବରୁ ଏହି ମାମଲାରେ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା, ସୁଶାନ୍ତଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ଅନ୍ୟ 16 ଜଣଙ୍କୁ ଗିରଫ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.