ମୁମ୍ବାଇ: 2018ରେ ଆସିଥିବା ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଏବେ ସେ ନିଜର ଆଗାମୀ ଫିଲ୍ମ ‘କୁଲି ନଂ 1’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ । ହେଲେ ଫିଲ୍ମ ବ୍ୟତୀତ ସାରା ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ । ଆଉ ପ୍ରାୟତଃ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଆସିଥାଆନ୍ତି । ଏବେ ସେ 3 ବର୍ଷ ପୁରୁଣା ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ । ସବୁଠାରୁ ମଜାଦାର କଥା ହେଲା ଯେ ସେ ନିଜ ଫଟୋର ମଜାକ ଉଡାଉଥିବାର ଦେଖାଯାଉଛନ୍ତି ।
ମଙ୍ଗଳବାର ରାତିରେ ଏକ ପୁରୁଣା ଫଟୋ ନିଜ ଇନଷ୍ଟା ଷ୍ଟୋରିରେ ସେୟାର କରିଥିଲେ । ଯେଉଁଥିରେ ସେ କେଦାରନାଥ ମନ୍ଦିରର ଠିକ୍ ସାମ୍ନାରେ ଠିଆ ହୋଇଥିଲେ । ଆଉ କ୍ୟାମେରାକୁ ଦେଖି ହସୁଥିବାର ନଜର ଆସୁଛନ୍ତି ।
ସେହିପରି ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ମେଜର ଥ୍ରୋବ୍ୟାକ । ନମସ୍ତେ ଦର୍ଶକ କହୁଥିଲି ।’ ତାଙ୍କ ଏହି ଫଟୋରେ ତାରିଖ ମଧ୍ୟ ଲେଖାଯାଇଛି । ଯେଉଁଥିରୁ ଜଣାପଡୁଛି ଯେ ‘କେଦାରନାଥ’ ସୁଟିଂ ସମୟର ଏହି ଫଟୋଟି । ଆପଣ ବି ଦେଖନ୍ତୁ ସାରାଙ୍କ ଏହି ମସ୍ତିଭରା ଫଟୋ...